Bikash Khabar
ସିବିଏସସି ପରେ ଓଡିଶା ବୋର୍ଡ ର ନିଷ୍ପତ୍ତି ; ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା

ସିବିଏସସି ପକ୍ଷରୁ ଆୟୋଜିତ ୨୦୧୧ ବର୍ଷର ମାଟ୍ରିକ ପରୀକ୍ଷା ଅଫଲାଇନ ରେ ହେବାର ଘୋଷଣାର କିଛି ଘଣ୍ଟା ଭିତରେ ଓଡିଶା ବୋର୍ଡ ବି ସମାନ ନିଷ୍ପତ୍ତି ନେଇଛି  ଏବେ ଅଫଲାଇନ୍ରେ  ମାଟ୍ରିକ୍ ଏବଂ ଯୁକ୍ତ ଦୁଇ ପରୀକ୍ଷା ହେବ ବୋଲି ସବିଶେଷ ସୂଚନା ମିଳିଛି  ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନେଇ ସୂଚନା ଦେଇଛନ୍ତି ଚଳିତ ବର୍ଷ ମାଟ୍ରିକ୍ ଏବଂ ଯୁକ୍ତ ଦୁଇ ପରୀକ୍ଷା ବିଳମ୍ବିତ ହୋଇପାରେ କିନ୍ତୁ ପରୀକ୍ଷା ହେବ ବୋଲି ପୂର୍ବରୁ ମନ୍ତ୍ରୀ ସୂଚନା ଦେଇଥିଲେ ଏଥିପାଇଁ ସର୍ବନିମ୍ନ ମାସ ପାଠପଢା ହେବ, ତାପରେ ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ପରୀକ୍ଷା ହେଲେ ଅଫଲାଇନ୍ରେ ହିଁ ହେବ। ଅଫଲାଇନ୍ରେ ପରୀକ୍ଷା ପାଇଁ ସିବିଏସ୍ଇ ନିଷ୍ପତ୍ତି ନେଇସାରିଛି ସେହି ଆଧାରରେ ରାଜ୍ୟରେ ବି ଅଫଲାଇନ୍ରେ ପରୀକ୍ଷା ଅନୁଷ୍ଠିତ ହେବ ପରୀକ୍ଷା ବିଳମ୍ବରେ ହେଲେ ମଧ୍ୟ ଛାତ୍ରଛାତ୍ରୀ ଏଥିରେ ବିବ୍ରତ ହେବା ଉଚିତ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି କରୋନା ସଂକ୍ରମଣକୁ ଏଡାଇବା ପାଇଁ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ରହିଛି ଅନଲାଇନରେ ପାଠପଢା ହେଉଛି ଏଭଳି ପରିସ୍ଥିତିରେ ପରୀକ୍ଷା କିଭଳି ହେବ ତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ ରହିଥିଲା ତେବେ ଚଳିତ ବର୍ଷ ମାଟ୍ରିକ୍ ଯୁକ୍ତ ପରୀକ୍ଷା ଅନଲାଇନ୍ କି ଅଫଲାଇନରେ ହେବ ସେ ନେଇ ଆଶଙ୍କା ଲାଗି ରହିଥିବାବେଳେ ମନ୍ତ୍ରୀ ସମୀର ଦାଶ ଏଭଳି ଆଶଙ୍କାକୁ ଦୂର କରିଛନ୍ତି

03/12/2020

Leave a Reply

Your email address will not be published. Required fields are marked *

Comments