Bikash Khabar
ଓଡିଶା ପାଇଲା ସାମୁଦ୍ରିକ ମତ୍ସଚାଷ କ୍ଷେତ୍ର ରେ ସୁନାମ

ସାମୁଦ୍ରିକ ମାଛ ଉତ୍ପାଦନ ସହ ମାଛ ଚାଷରେ ଭିତ୍ତିଭୂମିର ବିକାଶ ନେଇ ଓଡ଼ିଶାକୁ ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ (ବେଷ୍ଟ ମେରାଇନ୍ଷ୍ଟେଟ୍‌) ପୁରସ୍କାର ମିଳିବ କେନ୍ଦ୍ର ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ  ନଭେମ୍ବର ୨୧ ତାରିଖ ବିଶ୍ୱ ମତ୍ସ୍ୟ ପାଳନ ଦିବସ ଅବସରରେ ଏହି ପୁରସ୍କାର ଦିଆଯିବ ଏବଂ ପୁରସ୍କାର ବାବଦରେ ରାଜ୍ୟକୁ ୧୦ଲକ୍ଷ ଟଙ୍କା ମିଳିବ ମତ୍ସ୍ୟ ଉତ୍ପାଦନ, ମତ୍ସ୍ୟ ଚାଷ ପାଇଁ ଭିତ୍ତିଭୂମି ବିକାଶ ପାଇଁ ଆଭ୍ୟନ୍ତରୀଣ ଜିଲ୍ଲା ଭାବେ କଳାହାଣ୍ଡି ଜିଲ୍ଲା  ଶ୍ରେଷ୍ଠ ପୁରସ୍କାର ପାଇବ  ପୁରସ୍କାର ବାବଦରେ ଜିଲ୍ଲାକୁ ୩ଲକ୍ଷ ଟଙ୍କା ପୁରସ୍କାର ମିଳିବ ଚଳିତବର୍ଷ ଓଡ଼ିଶା ଜାତୀୟସ୍ତରରେ ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ ଭାବେ ବିବେଚିତ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲା ଶ୍ରେଷ୍ଠ ଆଭ୍ୟନ୍ତରୀଣ  ଜିଲ୍ଲା ପୁରସ୍କାର ପାଉଥିବାରୁ ମତ୍ସ୍ୟ ପଶୁପାଳନ ବିଭାଗ କଳାହାଣ୍ଡିବାସୀଙ୍କୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ମାଛ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଚାଷ କ୍ଷେତ୍ରରେ ହିତାଧିକାରୀମାନେ ଯେପରି ସବ୍ସିଡି ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେଥିପାଇଁ ସତର୍କ ଦୃଷ୍ଟି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

 

19/11/2020

Leave a Reply

Your email address will not be published. Required fields are marked *

Comments