Bikash Khabar
ସୁରଟରେ ଆଜି ଓଡ଼ିଶା ମହୋତ୍ସବ : ଗଞ୍ଜାମର ସବୁ ବିଧାୟକ ଏକାଠି, ମନ୍ତ୍ରୀ ଓ ବିଜେଡ଼ି ନେତାଙ୍କ ଡ଼େରା

ଓଡ଼ିଶା ବାହାରେ ମିନି ଓଡ଼ିଶା । ୭ ଲକ୍ଷରୁ ଅଧିକ ଓଡ଼ିଆ ରହୁଛନ୍ତି ସୁରଟରେ । ପ୍ରବାସୀ ଓଡ଼ିଆ ସମାଜ ସେଠାରେ ଓଡ଼ିଶା ଉତ୍ସବ ଆୟୋଜନ କରୁଛି । ୧୯ ବର୍ଷ ଓଡ଼ିଶାକୁ ଶାସନ କରୁଥିବା ବିଜେଡ଼ି ସରକାର ପ୍ରଥମ ଥର ପାଇଁ ୨୦୧୯ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସୁରଟର ପ୍ରବାସୀ ଓଡ଼ିଆଙ୍କୁ ମନେପକାଇ ସୁରଟ ଯାତ୍ରା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ ପୂର୍ବରୁ ଗତ ଅକ୍ଟୋବର ମାସରେ ପୋଲସରା, ସୋରଡ଼ା ଓ ଗୋପାଳପୁରର ତିନି ବିଜେଡ଼ି ବିଧାୟକ ସୁରଟ ଯାଇ ଓଡ଼ିଆଙ୍କ ସମସ୍ୟା ବୁଝି ଆସିଥିଲେ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମଧ୍ୟ ପ୍ରବାସୀ ଓଡ଼ିଆଙ୍କୁ ଭେଟି ସେମାନଙ୍କ ରୋଷର ଶିକାର ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଆଧାର କରି ପ୍ରବାସୀ ଓଡ଼ିଆଙ୍କ ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ବିଜେଡ଼ି ମହୋତ୍ସବ ନାମରେ ରାଜନୀତି କରୁଛି ବୋଲି ବିରୋଧୀ କହିଛନ୍ତି ।

ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, କବି ସୂର୍ଯ୍ୟନଗର ବିଧାୟିକା  ଭି ସୁଜ୍ଞାନ କୁମାର, ଆସିକା ବିଧାୟକ ଦେବରାଜ ସ୍ୱାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ, ଚିକିଟି ବିଧାୟିକା ତଥା ମନ୍ତ୍ରୀ ଉଷା ଦେବୀ, ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ପ୍ରଣବ ପ୍ରକାଶ ଦାସ, କିଶୋର ଦଳାଇ, ସାଂସଦ ପ୍ରଶାନ୍ତ ନନ୍ଦ, ଆକାଶ ଦାସ ନାୟକ, ସାଂସଦ ଅନୁଭବ ମହାନ୍ତି, ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ଗଞ୍ଜାମ ବିଜେଡ଼ିର ବହୁ ନେତା ସରକାରୀ ଅର୍ଥରେ ସୁରଟ ମହୋତ୍ସବରେ ଯୋଗଦାନ ନିମିତ୍ତ ଯାଇଛନ୍ତି । ଓଡ଼ିଆ କଳା ଓ ପରମ୍ପରା ପ୍ରତି ଦରଦ ନାହିଁ କି ପ୍ରବାସୀ ଓଡ଼ିଆଙ୍କ ଦୁଃଖମୋଚନର ଇଚ୍ଛାଶକ୍ତି ନାହିଁ ବୋଲି ବିରୋଧୀ କହିଛନ୍ତି । ତାହା ହୋଇଥିଲେ ଶ୍ରମିକଙ୍କ ପାଇଁ ବିମାନ ଦାବୀ କରିନଥାନ୍ତେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଓଟିଏମର ପୁନଃଊଦ୍ଧାର, ଗଞ୍ଜାମରେ ସୂତା ମିଲ୍ ଓ ଲୁଗା କାରଖାନା ନିର୍ମାଣ ଓ ଯୁବକଙ୍କୁ ତାଲିମ ଓ କର୍ମଯୋଗାଣ ବ୍ୟବସ୍ଥା କରାଯାଇପାରିଥାନ୍ତା । 
 

 

17/12/2018

Leave a Reply

Your email address will not be published. Required fields are marked *

Comments