Bikash Khabar
୮ଟି ଜିଲ୍ଲାରେ ହେବ ତୈଳ ଓ ଗ୍ୟାସ୍‌ର ସନ୍ଧାନ,ଦେଶରେ ୫୦୦୦ ସିବିଜି ପ୍ଲାଣ୍ଟ୍‌ରେ ୨ ଲକ୍ଷ କୋଟି ନିବେଶ ହେବ

ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାର ମହାନଦୀ ଅବବାହିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍ ଲାଇସେନ୍ସିଂ ପଲିସି(ଓଏଏଲପି) ଅଧୀନରେ ଅଏଲ ଇଣ୍ଡିଆ ଲିମିଟେଡର ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଜିଲ୍ଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ବାଲେଶ୍ୱର। ସେସ୍ମିକ୍ ସର୍ବେକ୍ଷଣରେ ୨୨୦ କୋଟି ଟଙ୍କା ସମେତ ମୋଟ୍୧୨୪୮ କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ ଅଭିଯାନକୁ ଅଗ୍ରସର କରାଯିବ।  ପୁରୀ ଜିଲ୍ଲା କାକଟପୁର ସ୍ଥିତ ମହାନଦୀ ଅବବାହିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍ ଲାଇସେନ୍ସିଂ ପଲିସି(ଓଏଏଲପି) ଅଧୀନରେ ତୈଳ ଗ୍ୟାସର ସନ୍ଧାନ ପାଇଁ ସେସ୍ମିକ୍ ସର୍ବେକ୍ଷଣ ଅଭିଯାନ ଆରମ୍ଭହୋଇଛି।ଶ୍ରୀ ପ୍ରଧାନ କହିଥିଲେ ଯେ  ଯେ ଅଏଲ ଇଣ୍ଡିଆ ଲିମିଟେଡ୍ ଓଏଏଲପିର ତୃତୀୟ ରାଉଣ୍ଡରେ ତୈଳ ଏବଂ ଗ୍ୟାସ ଅନ୍ୱେଷଣ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ଟି ବ୍ଲକ ପାଇଁ ହଜାର ବର୍ଗ କିମି କ୍ଷେତ୍ରରେ ସର୍ବେକ୍ଷଣ କାମ ଆଜି ଠାରୁ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ଅନ୍ୱେଷଣ ସଫଳ ହେଲେ ମହାନଦୀ ଅବବାହିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ତୈଳ ଗ୍ୟାସର ବାଣିଜ୍ୟିକ ଉତ୍ପାଦନ ଓଡ଼ିଶାର ସାମାଜିକ ଅର୍ଥନୈତିକ ବିକାଶ ଦିଗରେ ଏକ ପରିବର୍ତ୍ତନର ବାର୍ତାବହ ଭାବେ ଉଭା ହେବ। ଏହି ଅଭିଯାନ ମହାନଦୀ ଅବବାହିକା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଅନ୍ୱେଷଣ, ଉତ୍ପାଦନ କାର୍ଯ୍ୟ ହାଇଡ୍ରୋକାର୍ବନ ସଂରକ୍ଷଣ କରିବାରେ ଏକ ମାଇଲଖୁଣ୍ଟ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।୨୦୨୩-୨୪ ସୁଦ୍ଧା ଦେଶରେ ୫୦୦୦ ସିବିଜି ପ୍ଲାଣ୍ଟ୍ସ୍ଥାପନ କରାଯିବ ଯେଉଁଥିରେ ପ୍ରାୟ ଲକ୍ଷ କୋଟି ଟଙ୍କା ନିବେଶ ହେବ।

21/11/2020

Leave a Reply

Your email address will not be published. Required fields are marked *

Comments