Bikash Khabar
କୋଳାଗ୍ରତ, ଖୁସି ଗପ ଓ ଭାବାବେଗରେ ଭିଜିଲେ ସ୍କୁଲ ସାଙ୍ଗ, ସୃଷ୍ଟି କଲେ ନିଆରା ଦୃଷ୍ଟାନ୍ତ

ସ୍କୁଲ ଇତିହାସରେ ଯୋଡ଼ି ହେଲା ନୁଆ ଏକ ଅଧ୍ୟାୟ । ବିଦ୍ୟାଳୟ ଆରମ୍ଭରୁ କେବେ ପୁରାତନ ଛାତ୍ରମାନେ ଏକାଠି ହୋଇନଥିବା ବେଳେ ପ୍ରଥମ ଥର ପାଇଁ ୨୮ ବର୍ଷ ପରେ ୧୯୯୦ ବ୍ୟାଚର ସହପାଠୀମାନେ ଏକାଠି ହୋଇଥିଲେ । ଦୀର୍ଘ ଦିନ ପରେ ଭେଟିବାର ଅବସର ମିଳୁଥିବାରୁ ଯେତେ ଦୂରରେ ଓ କର୍ମଦାୟରେ ଥିଲେ ବି ପରସ୍ପରକୁ ସଂଖୋଳିବା ପାଇଁ ରବିବାର ଏକାଠି ହୋଇଥିଲେ । କେହି ହାତ ମିଶାଉଥିବାବେଳେ କେହି କୋଳାଗ୍ରତ କରୁଥିଲେ । ଅତୀତକୁ ନେଇ କେହି ହୋଇ ଯାଉଥିଲେ ଭାବବେଗ । ୨୮ ବର୍ଷ ତଳର ସୁଖ ଦୁଃଖର ସ୍ମୃତିରେ ଭିଜିଥିଲେ ସମସ୍ତେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଇତିପୁର ଆଂଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ।

କେବଳ ସୁଖ ଦୁଃଖ  ଓ ସ୍ମୃତିର ଭାଗବଣ୍ଟରା ନୁହେଁ ବରଂ ବିଦ୍ୟାଳୟର ଶିକ୍ଷକମାନଙ୍କୁ ନିମନ୍ତ୍ରିତ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବୟସର ଅପରାହ୍ନରେ ଶର୍ଯ୍ୟାଶାୟୀ ଥିବା ଶିକ୍ଷକମାନେ ଛାତ୍ରମାନଙ୍କ ଏଭଳି କାର୍ଯ୍ୟ ପାଇଁ ଉଠି ଆସିଥିଲେ । ଅକ୍ଷୟ ସ୍ୱାଇଁଙ୍କ ସଂଚାଳନାରେ ସଭା କାର୍ଯ୍ୟ ଆୟୋଜିତ ହୋଇଥିଲା । ଅନାଥ ବନ୍ଧୁ ସାମନ୍ତରାୟ ମୁଖ୍ୟ ଅତିଥି ଓ ମାଧବ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଏହି ସଭାରେ ଭୁବନାନନ୍ଦ ବେହେରା ଧନ୍ୟବାଦାର୍ପଣ କରିଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ଆର୍ଥିକ ସହଯୋଗ କରି ଏକ ୫୦ ଲିଟର ବିଶିଷ୍ଟ ଥଣ୍ଡା ପାନୀୟ ଜଳ ମେସିନ ବିଦ୍ୟାଳୟକୁ ପ୍ରଦାନ କରିଥିଲେ । 
 

03/12/2018

Leave a Reply

Your email address will not be published. Required fields are marked *

Comments