Bikash Khabar
ଏଥର ମଧ୍ୟ ଧାନ ସଂଗ୍ରହ ପାଇଁ ୭ ଦିନ ପୂର୍ବରୁ ଟୋକନ ବ୍ୟବସ୍ଥା,୧୪ ଲକ୍ଷ ୯୭ ହଜାର ଚାଷୀ କରିଛନ୍ତି ପଞ୍ଜିକରଣ

 ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଏଥର ବି ଅଗ୍ରମି ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର ଚଳିତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ଦିନ ପରେ ଟୋକନ ଜେନେରେଟ ହେବ କେଉଁ ଦିନ କେଉଁ ଚାଷୀ ଧାନ ବିକ୍ରି କରିବେ ସେଥିଲାଗି ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ ଲାଗିବ ଏବଂ ମୋବାଇଲକୁ ମଧ୍ୟ ମେସେଜ ଯିବ ଜଳସେଚିତ ଜମିରୁ ଏକର ପିଛା ୧୯ କ୍ୱିଣ୍ଟାଲ ଅଣଜଳସେଚିତ ଜମିରୁ ୧୨ କ୍ୱିଣ୍ଟାଲ କିଣାଯିବା ଯଦି କେହି  ଟୋକାନ ପାଇନଥିବେ ୧୯୬୭ ଟୋଲ ଫି ନମ୍ବରରେ ଜଣେଇବେ। କେଉଁ ଜିଲ୍ଲାରୁ କେଉଁ ତାରିଖରେ ଆରମ୍ଭ ହେବ ଜିଲ୍ଲାସ୍ତରୀୟ ପ୍ରୋକ୍ୟୁର୍ମେଣ୍ଟ କମିଟି ନିଷ୍ପତ୍ତି ନେବ ପଶ୍ଚିମ ଓଡିଶା ଜିଲ୍ଲା ଗୁଡିକ ନଭେମ୍ବର ୧୫ ଭିତରେ ଧାନ ସଂଗ୍ରହ କରିବେ ସବୁ ବ୍ଲକରେ ପି ପାସ ବ୍ୟବସ୍ଥା କରାଯିବ। ଯେଉଁଠି ଇଣ୍ଟରନେଟ ସୁବିଧା ନାହିଁ ୫୦ ବ୍ଲକରେ ଅଫଲାଇନରେ କରାଯିବ। ଚଳିତ ବର୍ଷ ନୂଆ ଏମଏସପି  ଦରରେ କିଣାଯିବା ଧାନ। ଏଫଏକ୍ୟୁ ମାନର ଧାନ କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କା ଗ୍ରେଡ ମାନର ଧାନ  ୧୮୮୮ ଟଙ୍କାରେ କିଣାଯିବ। ଏନେଇ ଓଡ଼ିଶା ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

29/10/2020

Leave a Reply

Your email address will not be published. Required fields are marked *

Comments