Bikash Khabar
ଆସୁଛି ଦୁର୍ଗା ପୂଜା, ସହରରେ ଲାଗିବ ହଜାରେ ଏଲଇଡ଼ି

ଆଗକୁ ଆସୁଛି ଦୁର୍ଗାପୂଜା । ରାଜଧାନୀର ୧୭୮ଟି ପୂଜା କମିଟିରେ ପୂଜା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶହେରୁ ଅଧିକ କମିଟିର ସଭାପତି ସଂପାଦକ ଓ ସଦସ୍ୟମାନେ ଏକାଠି ହୋଇ ଶାନ୍ତି ଶୃଙ୍ଖଳାରେ ପୂଜା ସମାପନ କରିବା ପାଇଁ ମତାମତ ଦେଇଛନ୍ତି ।
ଚଳିତ ବର୍ଷ ସମାନ ପୂଜା ପାଇଁ ସମସ୍ତ ପ୍ରକାର ଅନୁମତି ନେବା ଭଳି ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି । ପ୍ରତି ସୋମବାର ସର୍କିଟ ହାଉସରେ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବ । ସମସ୍ୟା ଥିଲେ ଜିଲ୍ଲାପାଳଙ୍କ ସୋମବାର ଅଭିଯୋଗ ପ୍ରକୋଷ୍ଠରେ ଜଣାଇପାରିବେ । ସେହିପରି ପ୍ରତ୍ୟେକ ଥାନା ଅଧିନରେ ଥିବା ପୂଜାମଣ୍ଡପ ଗୁଡ଼ିକ ପ୍ରତି ଶନିବାର ଥାନାରେ ପହଂଚି ସମସ୍ୟା ସମାଧାନ କରାଇପାରିବେ । ପୂଜାମଣ୍ଡପ ନିକଟରେ ଥିବା ଖାଲି ସ୍ଥାନକୁ ପାର୍କିଂସ୍ଥଳ କରାଯିବ । ପ୍ରତି ମଣ୍ଡପ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଇବେ । ଏମାନଙ୍କୁ ଟ୍ରାଫିକ ନିୟନ୍ତ୍ରଣ ତାଲିମ ପ୍ରଦାନ କରିବ କମିଶନରେଟ ପୋଲିସ । ପୂଜା ନିକଟରେ ପର୍ଯ୍ୟାପ୍ତ ଆଲୋକୀକରଣ କରାଯିବ । ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ସହିତ ଅନ୍ୟ ଜନଗହଳି ସ୍ଥାନ ଉପରେ ନଜର ରଖିବା ପାଇଁ ସିସିଟିଭି ଲଗାଯିବାକୁ କୁହାଯାଇଛି । ପ୍ରତି ମଣ୍ଡପରେ ଅଗ୍ନି ନିର୍ବାପନ ବ୍ୟବସ୍ଥା କରିବା ପାଇଁ ଅଗ୍ନିଶମ ବିଭାଗ ପରାମର୍ଶ ଦେଇଛି । ରାବଣ ପୋଡ଼ି ପାଇଁ ପର୍ଯ୍ୟାପ୍ତ ବାରିକେଡ଼୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଜଧାନୀର ପୂଜାମଣ୍ଡପ ଗୁଡ଼ିକରେ ହଜାରେ ପାଖାପାଖି ଏଲଇଡ଼ି ଲାଗିବ ବୋଲି ଜଣାପଡ଼ିଛି । 
 

19/09/2018

Leave a Reply

Your email address will not be published. Required fields are marked *

Comments