Bikash Khabar
ସିଭିଲ୍‌ ସର୍ଭିସ୍‌ରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ଅନ୍‌ଲାଇନ୍‌ ତାଲିମ

 କରୋନା ପାଇଁ ଲକ୍ଡାଉନ୍ ସାମାଜିକ ଦୂରତା ନିୟମକୁ ସରକାର କଡ଼ାକଡ଼ି ପାଳନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୧୮ ମସିହା ଓଡ଼ିଶା ସିଭିଲ୍ସର୍ଭିସ୍ ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଅନ୍ଲାଇନ୍ମୋଡ୍ରେ ତାଲିମ ଦିଆଯିବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନୂଆ କରି ଓଡ଼ିଶା ସିଭିଲ୍ସର୍ଭିସେସ୍କୁ ପ୍ରବେଶ କରୁଥିବା ଯୁବକ, ଯୁବତୀମାନଙ୍କର ଉପଯୁକ୍ତ ଅନୁପ୍ରେରଣା ଦକ୍ଷତା ବୃଦ୍ଧି ନିମନ୍ତେ ସର୍ବୋତ୍ତମ ତାଲିମ ମୂଲ୍ୟାଙ୍କନ ପ୍ରଣାଳୀ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ତାଲିମ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଅଗଷ୍ଟ ତାରିଖରୁ ଏହି ତାଲିମ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ ଓଡ଼ିଶା ଲୋକସେବା ଆୟୋଗଙ୍କ ଠାରୁ ମିଳିଥିବା ତାଲିକା ଅନୁସାରେ ୬୦ ଜଣ ପ୍ରାର୍ଥୀ ଓଡ଼ିଶା ପ୍ରଶାସନିକ ସେବା, ୬୧ ଜଣ ଓଡ଼ିଶା ରାଜସ୍ବ ସେବା, ୧୫ ଜଣ ପୁଲିସ୍ସେବା, ୩୧ ଜଣ ଟ୍ୟାକ୍ସ ଆକାଉଣ୍ଟ୍ସେବା ଏବଂ ୧୬ ଜଣ ଓଡ଼ିଶା ଶିକ୍ଷା ସେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ସଂପୃକ୍ତ ସେବା ପାଇଁ ଉଦ୍ଦିଷ୍ଟ ତାଲିମ ପ୍ରଦାନ କରାଯିବ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମି, ମଧୁସୂଦନ ଆର୍ଥିକ ପରିଚାଳନା ଆଞ୍ଚଳିକ ପ୍ରତିଷ୍ଠାନ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମି, ମଧୁସୂଦନ ସମବାୟ ପରିଚାଳନା ତାଲିମ ପ୍ରତିଷ୍ଠାନ, ରାଜସ୍ବ ଅଧିକାରୀ ତାଲିମ ପ୍ରତିଷ୍ଠାନ ଏବଂ ଜଙ୍ଗଲ ସେବା ତାଲିମ ଏକାଡେମି ଆଦି ଅନୁଷ୍ଠାନ ତାଲିମ ଯୋଗାଉଛନ୍ତି। ଏହି ସବୁ ଅନୁଷ୍ଠାନରେ ଅନ୍ଲାଇନ୍ତାଲିମ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି ବିଷୟରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ।

 

21/07/2020

Leave a Reply

Your email address will not be published. Required fields are marked *

Comments