Bikash Khabar
ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ବୈଜ୍ଞାନିକ ଜ୍ୟୋର୍ତିମୟୀ ଦାଶ; ପାଇବେ ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜ୍ୟୋର୍ତିମୟୀ ଦାଶ। ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର-୨୦୨୦ପାଇଁ ଓଡ଼ିଆ ବୈଜ୍ଞାନିକ ଜ୍ୟୋର୍ତିମୟୀ ଦାଶଙ୍କ ସମେତ ୧୪ଜଣ ବୈଜ୍ଞାନିକଙ୍କୁ ଚୟନ କରାଯାଇଛି। ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର ପାଇବାରେ ଜ୍ୟୋର୍ତିମୟୀ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ବୈଜ୍ଞାନିକ ରାସାୟନିକ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜ୍ୟୋର୍ତିମୟୀ ଦାଶଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପାଇଁ ଚୟନ କରାଯାଇଛି। ପୁରସ୍କାର ବାବଦରେ ୫ଲକ୍ଷ ଟଙ୍କାର ଅର୍ଥରାଶି ସହିତ ସାଇଟେସନ (ଉଦ୍ଧରଣ) ପ୍ରଦାନ କରାଯିବ। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜ୍ୟୋର୍ତିମୟୀଙ୍କ ସମେତ ୧୪ଜଣ ବୈଜ୍ଞାନିକଙ୍କୁ ପୁରସ୍କାର ପ୍ରଦାନ କରିବେ। ଓଡ଼ିଶାର ଜଗତସିଂହପୁର ଜିଲ୍ଲା ମାନପୁରର ଯୋଗେନ୍ଦ୍ର ନାଥ ୟୁପି ସ୍କୁଲ, ତାରିକୁଦ ହାଇସ୍କୁଲରେ ସ୍କୁଲ ଶିକ୍ଷା ଲାଭ କରିବାପରେ ଜଗତସିଂହପୁରର ସ୍ବାମୀ ବିବେକାନନ୍ଦ କଲେଜରେ ଯୁକ୍ତ ଦୁଇ ଶିକ୍ଷା ଶେଷ କରିବା ପରେ କଟକ ରେଭେନ୍ସା କଲେଜରେ ବିଏସସି ଏମଏସି ପାଠ୍ୟକ୍ରମରେ ପ୍ରଥମ ଣ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଜ୍ୟୋର୍ତିମୟୀ। ଶିକ୍ଷକତା ପୃଷ୍ଠଭୂମି ପରିବାରରୁ ଆସିଥିବାରୁ ଉଚ୍ଚଶିକ୍ଷା ପାଇଁ ଯଥେଷ୍ଟ ପ୍ରେରିତ ହୋଇଥିଲେ ଜ୍ୟୋର୍ତିମୟୀ।  ଜ୍ୟୋର୍ତିମୟୀଙ୍କ ବାପା ବସନ୍ତ କୁମାର ଦାଶ ମାତା ପୁଷ୍ପା କୁମାରୀ ମିଶ୍ର ଉଭୟ ଶିକ୍ଷକ ଥିବା ଯୋଗୁଁ ସମସ୍ତ କ୍ଷେତ୍ରରେ ପ୍ରେରଣା ପାଇ ଆସୁଥିଲେ।

27/09/2020

Leave a Reply

Your email address will not be published. Required fields are marked *

Comments