Bikash Khabar
ଦଲିଲ ନଥିବାରୁ ଭୋଟର ତାଲିକାରେ ନାମ ଲେଖାଇ ପାରିଲେନି ୮୦ ହଜାରରୁ ଅଧିକ କିନ୍ନର

ତୃତୀୟ ଲିଙ୍ଗ ବର୍ଗରୁ ଆସିଛନ୍ତି ବୋଲି ଆବଶ୍ୟକୀୟ ପ୍ରମାଣ ପତ୍ର ଉପସ୍ଥାପିତ କରି ନପାରିବାରୁ ତେଲେଙ୍ଗାନାରେ ଥିବା ୯୦ ହଜାର ତୃତୀୟ ଲିଙ୍ଗ ବର୍ଗଙ୍କ ମଧ୍ୟରୁ ପାଖାପାଖି ୮୭ ହଜାର ୩୮୫ ଜଣ ନିଜ ନାମ ଭୋଟର ତାଲିକାରେ ପଞ୍ଜିକରଣ କରିପାରିନଥିବା ଜଣାଯାଇଛି ।

୨୦୧୪ରେ ମାତ୍ର ୨୩୬୭ ଜଣ ନିଜ କାମ ପରିବର୍ତ୍ତନ ସହିତ ତୃତୀୟ ଲିଙ୍ଗ ବର୍ଗରୁ ହୋଇଥିବା ଦର୍ଶାଇ ଭୋଟର ତାଲିକାରେ ନିଜର ନାମ ପଞ୍ଜିକୃତ କରାଇପାରିଥିଲେ ।
ତୃତୀୟ ଲିଙ୍ଗୀମାନେ ନିଜ ପରିବାରରୁ ଉପେକ୍ଷିତ ଓ ଅବହେଳିତ ହେବା ସହ ଶିକ୍ଷା ଓ ଦୁର୍ବଳ ଆର୍ଥିକ ସ୍ଥିତିକୁ ସାମ୍ନା କରିଥାନ୍ତି । ସେମାନଙ୍କ ନିକଟରେ ନା ଥାଏ ନିଯୁକ୍ତିର ସମ୍ଭାବନା ନା ଥାଏ ସ୍ୱାବଲମ୍ବୀ ଭାବେ ବଂଚିବା ପାଇଁ ସମ୍ବଳ । ଭିକ୍ଷା ମାଗି ଚଳୁଥିବା କିନ୍ନରମାନେ ସରକାରୀ ନଥିରେ ନିଜ ବଦଳାଯାଇଥିବା ନାମ ଦରଜ କରିବା ଦିଗରେ ମଧ୍ୟ ସକ୍ଷମ ହୋଇପାରୁନଥିବା କହନ୍ତି ସେମାନଙ୍କ ପାଇଁ କାମ କରୁଥିବା ବୈଜୟନ୍ତୀ ବସନ୍ତ ମୋଗଲୀ । ତୃତୀୟ ଲିଙ୍ଗୀମାନଙ୍କୁ ସରକାର ପରିଚୟ ପତ୍ର ଯୋଗାଇଦେବାର ଘୋଷଣା କରିଛନ୍ତି ସତ ହେଲେ ଏହାର ସଫଳ କାର୍ଯ୍ୟାନ୍ୱୟନ ହୋଇପାରୁନାହିଁ । ସେମାନଙ୍କ ମଧ୍ୟରୁ ଖୁବ୍ କମ୍ କିନ୍ନର ବହୁ କଷ୍ଟରେ ଆଧାର କାର୍ଡ଼ ଓ ଭୋଟର କାର୍ଡ଼ ପାଉଥିବାରୁ ସରକାରୀ ସହାୟତା ଦୂର ସ୍ୱପ୍ନ ହୋଇ ରହିଯାଇଛି । 
 

15/11/2018

Leave a Reply

Your email address will not be published. Required fields are marked *

Comments