Bikash Khabar
୨ କୋଟିର ବେପାର କଲା ପରବ

୧୯୯୬ ଠାରୁ କୋରାପୁଟରେ ପ୍ରତିବର୍ଷ ପାଳିତ ହୋଇ ଆସୁଥିବା ପରବ ଚଳିତ ବର୍ଷ ୨କୋଟି ଟଙ୍କାର ବ୍ୟବସାୟ କରିଛି । ଶୀତ କମ୍ ଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରର ଉପଭୋକ୍ତା ଓ ଦର୍ଶକମାନେ ପରବ ପରିସରରେ  ମନୋରଞ୍ଜନ ସହିତ ଧୁମ କିଣାବିକା କରିଥିବା ଦେଖାଯାଇଥିଲା ।

ଲାଣ୍ଡିଗୁଡ଼ା କଲେଜ ଗ୍ରାଉଣ୍ଡଠାରେ ପାଳିତ ଏହି ରାଜ୍ୟସ୍ତରୀୟ କଳା ସଂସ୍କୃତିର ବାର୍ଷିକ ମହୋତ୍ସବରେ ଗଞ୍ଜାମର ଯୋଡ଼ି ଶଙ୍ଖ, ଆନ୍ଧ୍ରପ୍ରଦେଶର ଡ଼ାପୁ ନୃତ୍ୟ, ରାଜସ୍ଥାନର ଘୁମର, କର୍ଣ୍ଣାଟକର କମସାରେ, ହରିୟାଣାର ଲୋକନୃତ୍ୟ, କୋରାପୁଟର ଗାଜବା, ସମ୍ବଲପୁରର ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟର ଚିତାକର୍ଷକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ୧୬ରୁ ୨୦, ୫ ଦିନ ବ୍ୟାପୀ ଆୟୋଜିତ ଜାତୀୟସ୍ତରୀୟ ପଲ୍ଲୀଶ୍ରୀମେଳାରେ ସ୍ୱୟଂସହାୟକ ଦଳ ଗୁଡ଼ିକ ନାନା ପ୍ରକାର ଦ୍ରବ୍ୟର ବିକ୍ରୀବଟ୍ଟା କରିବାର ସୁଯୋଗ ପାଇଥିଲେ ।
ଗୌରବମୟ ଐତିହ୍ୟ, ପରମ୍ପରା, କଳା ସଂସ୍କୃତି ଓ ଜୀବନଧାରାର ନିଚ୍ଛକ ପ୍ରତିଛବି ପରବ ଚଳିତ ବର୍ଷ ପ୍ରଥମ ଥର ପାଇଁ ସହର ଉପକଣ୍ଠରେ ଆୟୋଜିତ କରାଯାଇଥିଲା । ସାଂସଦ ସିନ ହିକକା, ଅନୁଭବ ମହାନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରଦୀପ ପ୍ରଜ୍ଜଳିତ କରି ଏହାର ଉଦଘାଟନ କରିଥିଲେ । ଉଦଯାପନୀ ସମାରୋହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ସଚିଦାନନ୍ଦ ମହାନ୍ତି, ବିଏସଏଫ ଡ଼ିଆଇଜି ଏ ଶ୍ରୀ ନିବାସ, ସୁନାବେଡ଼ା ହାଲ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବାଶିଷ ଦେବ, ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ମହାନ୍ତି, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ଯୋଗଦାନ କରିଥିଲେ । 
 

19/11/2018

Leave a Reply

Your email address will not be published. Required fields are marked *

Comments