Bikash Khabar
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପୁଣି ଆରମ୍ଭ ହେବ ପାସ ଫେଲ ବ୍ୟବସ୍ଥା

ଦେଶରେ ଶିକ୍ଷା ଅଧିକାର ଆଇନ ଲାଗୁ ହେବା ପରେ ରାଜ୍ୟରେ ୨୦୧୦ ପରଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାସ ଫେଲ ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା । ତେବେ ଗତ ୪ ବର୍ଷ ମାଟ୍ରିକରେ ଫେଲ ହାର ବଢୁଥିବା ଦୃଷ୍ଟିରେ ରଖି ଆସନ୍ତା ଶିକ୍ଷା ବର୍ଷ ଠାରୁ ପୁଣି ଥରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାସ ଫେଲ ବ୍ୟବସ୍ଥା ଜାରୀ ରଖିବା ପାଇଁ ବିଚାର ବିମର୍ଷ ଚାଲିଥିବା ଜଣାଯାଇଛି ।

କେନ୍ଦ୍ରରେ ଏହାକୁ ନେଇ ସମୀକ୍ଷା ହୋଇଥିବାବେଳେ ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବର୍ତ୍ତମାନ ୫୯ ଲକ୍ଷ ୭୨ହଜାର ୮୭୦ ପିଲା ପଢୁଛନ୍ତି । ଅଷ୍ଟମ ପାସ କରିଥିବା ପିଲାଙ୍କ ମଧ୍ୟରୁ ୪୦ ପ୍ରତିଶତ ପିଲା ନବମରେ ୩୦ ପ୍ରତିଶତରୁ କମ୍ ମାର୍କ ରଖିଛନ୍ତି । ଦଶମରେ ଗ୍ରେଡ଼େସନ ହୋଇଥିବାରୁ ଗତ କିଛି ବର୍ଷ ହେଲା ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଇଛି । ତେଣୁ ପୁଣି ଥରେ ପାସ ଫେଲ ବ୍ୟବସ୍ଥା ପ୍ରଚଳନ ପାଇଁ ଦାବି ଉଠିଛି ।

18/03/2019

Leave a Reply

Your email address will not be published. Required fields are marked *

Comments