Bikash Khabar
ଗ୍ରିନ୍‌ କରିଡରରେ ଗଲେ ରୋଗୀ : ଆପୋଲୋ ହସ୍‌ପିଟାଲରୁ ଏୟାରପୋର୍ଟ

ପ୍ରତିଟି ଜୀବନ ମୂଲ୍ୟବାନ୍ ଏଭଳି ଏକ ମୂଲ୍ୟବାନ୍ଜୀବନ ବଞ୍ଚାଇବା ପାଇଁ ନିଆରା ପ୍ରୟାସ କରିଛି କମିସନରେଟ୍ଟ୍ରାଫିକ୍ପୁଲିସ। ଆପୋଲୋ ହସ୍ପିଟାଲରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଜଣେ ଗୁରୁତର ରୋଗୀଙ୍କୁ ଗ୍ରିନ୍କରିଡର ଜରିଆରେ ସଫଳତାରେ ସହ ନିଆଯାଇଛି। ଟ୍ରାଫିକ୍ଅତିରିକ୍ତ ଡିସିପି କିଶୋର ପାଣିଗ୍ରାହୀଙ୍କ ନେତୃତ୍ବରେ ରୋଗୀଙ୍କୁ ଏୟାରପୋର୍ଟ ନିଆଯିବା ପରେ ସେଠାରୁ ଏୟାର ଆମ୍ବୁଲାନ୍ସ ଜରିଆରେ ଚେନ୍ନାଇ ପଠାଯାଇଛି।ଆପୋଲୋ ହସ୍ପିଟାଲରୁ ବାହରିବା ପରେ ପ୍ରତି ଟ୍ରାଫିକ୍ଆର୍ଟିଫିସିଆଲ୍ଇଣ୍ଟେଲିଜେନ୍ସ ସିଗ୍ନାଲ୍କୁ ପରିବର୍ତ୍ତନ କରାଯାଇ ଏହି ବ୍ୟବସ୍ଥା କରାଯାଇଛି। ମନୁଷ୍ୟ ଜୀବନ ବଞ୍ଚାଇବାରେ କମିସନରେଟ୍ପୁଲିସର ଏହି ଛୋଟ ପ୍ରୟାସ ପାଇଁ ସମ୍ପୃକ୍ତ ରୋଗୀଙ୍କ ସମ୍ପର୍କୀୟ ଧନ୍ୟବାଦ ଦେଇଛନ୍ତି। ଆପୋଲୋ ହସ୍ପିଟାଲରୁ ଏୟାରପୋର୍ଟ ନ୍ୟୁ ଟର୍ମିନାଲ ଗେଟ୍‌- ପର୍ଯ୍ୟନ୍ତ ମାତ୍ର ମିନିଟ୍ରେ ରୋଗୀଙ୍କୁ ପହଞ୍ଚା ଯାଇଥିଲା।ସୂଚନା ଯୋଗ୍ୟ ଯେ ଗତ  ମାସରେ ଭୁବନେଶ୍ୱର ରୁ ଦୁଇଜଣ ରୋଗୀଙ୍କୁ ଗ୍ରୀନ କରିଡ଼ର କରାଯାଇ ସଫଳତାର ସହିତ ବିମାନବନ୍ଦର ପଠାଯାଇଥିଲା

18/10/2020

Leave a Reply

Your email address will not be published. Required fields are marked *

Comments