Bikash Khabar
ଚାଷୀ ପାଇବେ ସୁରକ୍ଷା, ଡ଼୍ରୋନ ସାହାର୍ଯ୍ୟରେ ଫସଲରେ କରି ହେବ କୀଟନାଶକ ସିଂଚନ

ରୋଗ ପୋକ ହେଲେ ଚାଷୀ ଭାଇମାନେ କୀଟନାଶକ ସିଂଚନ କରିଥାନ୍ତି । କୀଟନାଶକର ପ୍ରଭାବରୁ ପୋକ ତ ମରେ ଚାଷୀ ଉପରେ ମଧ୍ୟ ପ୍ରଭାବ ପଡ଼େ । ଗର୍ଭବତୀ ମହିଳା, ଶିଶୁ ଓ ଚାଷୀମାନଙ୍କ ଉପରେ ପଡ଼ୁଥିବା କୀଟନାଶକ ପ୍ରଭାବରୁ ଏବେ ସେମାନଙ୍କୁ ସୁରକ୍ଷା ଦେଇ ହେବ । ଚାଷୀଙ୍କୁ ଆଉ ନିଜେ କୀଟନାଶକ ସିଂଚନ କରିବାକୁ ପଡ଼ିବନି । ଜମି ହିଡ଼ରେ ଠିଆ ହୋଇ ରିମୋଟ ଜରିଆରେ ସେମାନେ କୀଟନାଶକ ସ୍ପ୍ରେ କରିପାରିବେ । ଏଭଳି ଏକ କାର୍ଯ୍ୟର ନମୁନା ଦେଖାଇଛନ୍ତି ଟି ବାବୁରାଓ । ଧାନ ଏବଂ କପା ବଡ଼ ହେବା ପରେ କ୍ଷେତ ଭିତରକୁ ଯାଇ ସିଂଚନ କରିବା କାଠିକର ପାଠ ହେଉଥିଲା । ଏହି ଡ଼୍ରୋନ ଏବେ ଏହାର ସରଳ ସମାଧାନ କରିପାରିବ ବୋଲି ବାବୁ ଆଶାବାଦୀ ।

ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ସନ୍ୟାସୀଗୁଡ଼ାରେ ବାବୁଙ୍କ ଘର । ସ୍ନାତକ ପଢିଥିବା ବାବୁ ଚାଷ ସହ ଜଡ଼ିତ । ଫଟୋ ଓ ଭିଡ଼ିଓ ଉତ୍ତୋଳନ ପାଇଁ ଡ଼୍ରୋନ କ୍ୟାମେରାକୁ ବ୍ୟବହାର କରାଯାଉଥିବାବେଳେ ଚାଷୀ ବାବୁ ରାଓ ଏହା ଦ୍ୱାରା ଚାଷ କ୍ଷେତର ସମସ୍ୟା କିଭଳି ଦୂର କରାଯାଇପାରିବ ଚିନ୍ତା କରି ଏପରି ଏକ ଯନ୍ତ୍ର ଉଭାବନ କରିଛନ୍ତି । 
ଦଶ ଲିଟର ପାଣି ଧାରଣ କ୍ଷମତା ରଖିଥିବା ଗୋଟିଏ ଟାଙ୍କି ଡ଼୍ରୋନ ତଳେ ଖଞ୍ଜା ଯାଇଥାଏ । ସାଟେଲାଇଟ ସହ ସଂଯୋଗ କରୁଥିବା ୨ଟି ଜିପିଏସ ରଡ଼ାରରୁ ଫ୍ଲାଇଟ କଣ୍ଟ୍ରୋଲର କୁ ନିଜ ଲାପଟପ୍ ସହ ଯୋଡ଼ି ଡ଼୍ରୋନର ଉଡ଼ାଣକୁ ନିୟନ୍ତ୍ରଣ କରିହୁଏ । ଏହାକୁ ତିଆରି ପାଇଁ ବାବୁଙ୍କୁ ୩ ମାସ ସମୟ ଲାଗିଥିଲା । 
 

05/01/2019

Leave a Reply

Your email address will not be published. Required fields are marked *

Comments