Bikash Khabar
ରାଜଧାନୀ ଉପକଣ୍ଠର ଚିତ୍ର :ପାଞ୍ଚ ପଞ୍ଚାୟତକୁ ଭରସା ବାଉଁଶ ପୋଲ

 ବାଉଁଶ ପୋଲ ଉପରେ ନିର୍ଭର କରୁଛନ୍ତି ପାଞ୍ଚ ପଞ୍ଚାୟତର ହଜାର ଲୋକ। ଯାତାୟାତରେ ଦୂରତା କମ୍ କରିବା ପାଇଁ ବର୍ଷ ବର୍ଷ ଧରି ଲୋକେ ଏହି ପୋଲକୁ ବ୍ୟବହାର କରୁଛନ୍ତି। ବର୍ଷା ଦିନରେ ନଈ ବଢ଼ି ହେଲେ ପୋଲ ନଷ୍ଟ ହୋଇଯାଉଛି ଲୋକେ ପୁଣି ହାତରୁ ଟଙ୍କା ଖର୍ଚ୍ଚ କରି ପୋଲ ନିର୍ମାଣ କରୁଛନ୍ତି। ଏହା କୌଣସି ଅପହଞ୍ଚ ଅଞ୍ଚଳର କଥା ନୁହେଁ, ଖୋଦ୍ ରାଜଧାନୀ ଉପକଣ୍ଠର ଅବସ୍ଥା। ଏହିପୋଲଟି ରହିଛି କଲ୍ୟାଣପୁର ପଞ୍ଚାୟତ ଓସ୍ତପଡ଼ା ଗ୍ରାମରେ। ବୁଡ଼ୁ ନଈ ଉପରେ ନିର୍ମିତ ଏହି ପୋଲର ଲମ୍ବ ପ୍ରାୟ ୬୦ ଫୁଟ ଚଉଡ଼ା ମାତ୍ର ୪ଫୁଟ୍। ଓସ୍ତପଡ଼ା ଗ୍ରାମବାସୀ ଏହି ପୋଲ ମରାମତିରେ ପ୍ରତିବର୍ଷ ପାଖାପାଖି ୫୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରତି ଘରୁ ଚାନ୍ଦା କରି ସେମାନେ ଏହି ଅର୍ଥ ବ୍ୟୟ କରିଥାନ୍ତି। ଦୟାୱେଷ୍ଟ କେନାଲ୍ ପୋଲ କିମ୍ବା ଟାଙ୍ଗିମନ୍ତ ପୋଲ ଦେଇ ଯାତାୟତ କଲେ ସ୍ଥାନୀୟ ଗ୍ରାମବାସୀଙ୍କୁ ପ୍ରାୟ କିଲୋମିଟର୍ ରାସ୍ତା ଅଧିକ ବୁଲିବା ପାଇଁ ପଡ଼ୁଥିବାରୁ ଏହି ବାଉଁଶ ପୋଲ ଦରକାର ପଡ଼ୁଛି। ପ୍ରତିଦିନ ଟାଙ୍ଗିମନ୍ତ, ଓସ୍ତପଡ଼ା, କଳାରାହାଙ୍ଗ, ରୋକଟବାସିନ୍ଦାମାନେ ମଧ୍ୟ ଏହି ପୋଲକୁ ରାସ୍ତା ଭାବେ ବ୍ୟବହାର କରିଥାନ୍ତି। ଏକ ସ୍ଥାୟୀ କଙ୍କ୍ରିଟ୍ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଥିଲେ। ତେଣୁ ଭୁବନେଶ୍ବର ବ୍ଲକ ପକ୍ଷରୁ ୨୦୦୦ ମସିହାରେ କିଛ ଅର୍ଥ ମଞ୍ଜୁର ହୋଇଥିଲା। ବୁଡ଼ୁ ନଈ ଦୁଇ ପାଖରେ ଦୁଇଟି ବିମ୍ ତିଆରି ହୋଇଥିଲା। ମାତ୍ର ଦିତୀୟ ଫେଜ୍ ଅର୍ଥ ନପାଇବାରୁ ଠିକାଦାର କାମ ବନ୍ଦ କରିଦେଲେ। ସେହିଦିନଠାରୁ ଏହି ପୋଲ ନିର୍ମାଣ ଅଧୁରା ରହି ଯାଇଛି।

15/06/2020

Leave a Reply

Your email address will not be published. Required fields are marked *

Comments