Bikash Khabar
ପାଇଲଟ ହେବା ପରେ ଜଣେ ପଞ୍ଜାବୀ ଯୁବକ ନିଜ ଗ୍ରାମବାସୀଙ୍କୁ ମାଗଣାରେ କରାଇଲେ ବିମାନ ଯାତ୍ରା

ପଞ୍ଜାବର ଆଦମପୁର ସାରଙ୍ଗପୁର ଗ୍ରାମର ବିକାଶ ଜ୍ୱାଣୀ ପାଇଲଟ ଭାବେ ନିଯୁକ୍ତି ପାଇବା ପରେ ନିଜ ଗାଁର ସବୁଠୁ ବୟସ୍କ ୨୨ ଜଣ ଗ୍ରାମବାସୀଙ୍କୁ ଆକାଶରେ ବିମାନ ଯାତ୍ରାର ସୁଯୋଗ ପ୍ରଦାନ କରି ହୃଦୟ ଜିତିଛନ୍ତି । 
ବିକାଶଙ୍କ ବିମାନରେ ଯାତ୍ରା କରିଥିବା ୨୨ ଜଣ ବରିଷ୍ଠ ଗ୍ରାମବାସୀଙ୍କ ବୟସ ୭୨ରୁ ଅଧିକ ଥିବା ଜଣାଯାଇଛି, ଯେଉଁମାନେ କି ନିଜର ଏତେ ବର୍ଷର ଜୀବନ କାଳ ମଧ୍ୟରେ ବିମାନରେ ବସିବାର ସୁଯୋଗ ପାଇନଥିଲେ । ସେମାନଙ୍କ ମଧ୍ୟରୁ ୧୫ ଜଣ ବିମାନ ବନ୍ଦର ଭିତରେ ପ୍ରବେଶ ସୁଦ୍ଧା କରିବାର ଅନୁଭବ ନଥିବା କହିଥିଲେ । 
ବିକାଶ ସେମାନଙ୍କ ସ୍ୱପ୍ନ ପୁରା କରିଛନ୍ତି । ନୂଆଦିଲ୍ଲୀରୁ ଅମୃତସର ନେବା ସହ ସେଠାରେ ସ୍ୱର୍ଣ୍ଣମନ୍ଦିର, ଜାଲିୟାନାୱାଲା ଏବଂ ୱାଗା ବର୍ଡ଼ର ବୁଲାଇ ଦେଖାଇଛନ୍ତି । 
 

10/10/2018

Leave a Reply

Your email address will not be published. Required fields are marked *

Comments