Bikash Khabar
୩୧୪ ସିଏଚ୍‌ସିରେ ଅନଲାଇନ୍‌ରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ ପାଇଁ ଯୋଜନା

ରାଜ୍ୟର ୩୧୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ରେ ଅନଲାଇନ୍ଜରିଆରେ ଜନ୍ମ/ମୃତ୍ୟୁର ପଞ୍ଜୀକରଣ କରାଯିବ। ବିଶେଷକରି ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ସୁବିଧା ମିଳିପାରିବ। ଜନ୍ମ/ମୃତ୍ୟୁର ଡିଜିଟାଇଜେସନ୍ହେବା ସହିତ ସ୍ବଚ୍ଛତା ଆସିପାରିବ। ଗତମାସଠାରୁ ଏହାର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାର ଉଦ୍ଘାଟନ କରିବେ ବୋଲି ଜଣାପଡ଼ିଛି।ପୂର୍ବରୁ ସହରାଞ୍ଚଳରେ ୧୦୪ଟି ସ୍ଥାନରେ ଅନଲାଇନ୍ରେ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କରାଯାଉଛି। ଗୃହ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯଦି ଆବେଦନକାରୀଙ୍କ ଆବେଦନପତ୍ର ଠିକ୍ ରହିଛି ତାହେଲେ ଘରେ ବସି ଆବେଦନକାରୀ ଏହାକୁ ଡାଉନଲୋଡ୍କରିପାରିବେ। ତେବେ ଗ୍ରାମାଞ୍ଚଳରେ ପୂର୍ବରୁ ଏଭଳି କୌଣସି ସୁବିଧା ନାହିଁ। ଦୃଷ୍ଟିରୁ ସ୍ବାସ୍ଥ୍ୟ ବିଭାଗର ୩୧୪ଟି ସିଏଚ୍ସିରେ ଅନଲାଇନ୍ ଜରିଆରେ ଜନ୍ମ/ମୃତ୍ୟୁର ପଞ୍ଜୀକରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିଏଚ୍ସିର ମେଡିକାଲ ଅଫିସର ହେଉଛନ୍ତି ଏହାର ରେଜିଷ୍ଟ୍ରାର। ସେଠାରେ ସେଣ୍ଟ୍ରାଲ ରେଜିଷ୍ଟ୍ରେସନ୍ସିଷ୍ଟମ୍ (ସିଆରଏସ୍‌)ରେ କାର୍ଯ୍ୟ ହେଉଛି। ମାତ୍ର ସେଠାରେ ଲୋକମାନଙ୍କୁ ଆବେଦନ କରିବାର ସୁବିଧା ନାହିଁ। ମାତ୍ର ଏବେ ଲୋକମାନେ ସିଧାସଳଖ ଆବେଦନ କରିବା ସହିତ ସାର୍ଟିଫିକେଟ୍ମଧ୍ୟ ଡାଉନ୍ଲୋଡ୍କରିପାରିବେ।

18/10/2020

Leave a Reply

Your email address will not be published. Required fields are marked *

Comments