Bikash Khabar
ରାଜ୍ୟରେ ସଫଳ ହୋଇଛି ପ୍ଲାଜ୍‌ମା ଥେରାପି : ସୁସ୍ଥ ହୋଇ ଫେରିଲେ ପ୍ରଥମ ‌ରୋଗୀ

ରାଜ୍ୟରେ ସଫଳ ହୋଇଛି ପ୍ଲାଜ୍ମା ଥେରାପି। ଯେଉଁ ମହିଳା ରୋଗୀଙ୍କ ଦେହରେ ପ୍ରଥମ ପ୍ଲାଜ୍ମା ବ୍ୟବହାର କରାଯାଇଥିଲା, ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ମହିଳା ହେଉଛନ୍ତି କଟକର ପୁରୁଣା ରାଉସାପାଟଣା ଅଞ୍ଚଳର ମମତା ସେନ୍ (୪୮ବର୍ଷ) ଅଶ୍ବିନୀ କୋଭିଡ୍ହସ୍ପିଟାଲରୁ ସେ ଶୁକ୍ରବାର  ଘରକୁ ଫେରିବା ବେଳେ ଡାକ୍ତର ନର୍ସଙ୍କୁ ନିଜର କୃତଜ୍ଞତ ଜଣାଇଛନ୍ତି। ଯେଉଁ ବ୍ୟକ୍ତିଙ୍କ ପ୍ଲାଜ୍ମା ଦାନରେ ସେ ଆଜି ସୁସ୍ଥ ହୋଇ ଫେରିଛନ୍ତି, ସେ ତାଙ୍କ ପାଇଁ ଭଗବାନ ବୋଲି କହିଛନ୍ତି। ଗଲା ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମେଡିକାଲରେ ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟନ କରିଥିବା ବେଳେ ସେହିଦିନ ସଂଗ୍ରହ ହୋଇଥିବା ପ୍ରଥମ ପ୍ଲାଜ୍ମା ମମତାଙ୍କ ଶରୀରରେ ବ୍ୟବହାର କରାଯାଇଥିଲା। ଉଦ୍ଘାଟନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍୧୪ ତାରିଖ ଦିନ ମମତା କରୋନାରେ ସଂକ୍ରମିତ ହୋଇଥିଲେ।ଗୋଟିଏ ବାହାଘର ଭୋଜିକୁ ଯାଇ ମମତା ତାଙ୍କର ଦୁଇପୁଅ ସଂକ୍ରମିତ ହୋଇଥିବା ବେଳେ ମମତା ଗୁରୁତର ଅସୁସ୍ଥ ହୋଇପଡିଥିଲେ ଆଇସିୟୁ ରେ ଜୀବନ ସହ ଲଢ଼ୁଥିବା ବେଳେ ଜଣେ ଡାକ୍ତର ଙ୍କ ଠାରୁ ସଂଗୃହିତ ପ୍ଲାଜମା ତାଙ୍କ ଜୀବନ ବଂଚାଇଦେଇଛି

 

25/07/2020

Leave a Reply

Your email address will not be published. Required fields are marked *

Comments