Bikash Khabar
ବୁଧବାର ଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ ଭୁବନେଶ୍ୱରର କିମ୍, ସମ୍ କଟକ ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପୀ ଆରମ୍ଭ ହେବ କଟକ ଏସ୍ସିବି ମେଡିକାଲ କଲେଜ ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବେ କାମ କରିବ କରୋନା ସଂକ୍ରମଣରୁ ସୁସ୍ଥ ହୋଇସାରିଥିବା ବ୍ୟକ୍ତିଙ୍କ ଶରୀର ବ୍ଲଡରୁ ପ୍ଲାଜମା ବାହାର କରାଯାଇ ସଂକ୍ରମିତଙ୍କୁ ସୁସ୍ଥ କରିବା ପାଇଁ ପ୍ଲାଜମାକୁ ସେମାନଙ୍କ ଶରୀରରେ ଦିଆଯାଇଥାଏ କୋଭିଡ ୧୯ ସଂକ୍ରମିତଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ ଏହା ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସହାୟକ ହୋଇଥାଏ ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ହଜାର ପରୀକ୍ଷଣ କରାଯାଉଥିବାବେଳେ ସପ୍ତାହେ ମଧ୍ୟରେ ଏହାକୁ ହଜାରକୁ ବୃଦ୍ଧି କରାଯିବ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ କରୋନା ଯୁଦ୍ଧରେ ପ୍ଲାଜମା ଥେରାପୀ ସବୁଠାରୁ ଭରସାଯୋଗ୍ୟ ଚିକିତ୍ସା ପଦ୍ଧତି ବୋଲି ଡାକ୍ତରମାନେ ମତ ଦେଇଛନ୍ତି ସଂକ୍ରମିତଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବଡ଼ି ପ୍ରସ୍ତୁତ ହେବା ପରେ ଶରୀରରେ କରୋନା ଭୁତାଣୁ ନିଷ୍କ୍ରିୟ ହୋଇଥାଏ ଏଭଳି ସ୍ଥଳରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଜଣେ ସଂକ୍ରମିତଙ୍କୁ ନୂଆ ଜୀବନ ଦେଇଥାଏ ରାଜ୍ୟରେ ୫ଟି ଫୋକସ୍ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଏହି ୫ଟି ଜିଲ୍ଲା ହେଉଛି ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ ଖୋର୍ଦ୍ଧା ଏହି ୫ଟି ଜିଲ୍ଲାକୁ ଅଧିକ ପ୍ରବାସୀଙ୍କ ଆଗମନ ଯୋଗୁଁ ପରିସ୍ଥିତି ଆହ୍ୱାନମୂଳକ ରହିଛି। ଗଞ୍ଜାମ ଜିଲ୍ଲାରେ ଅଧିକ ମାନବସମ୍ବଳ ସହ ଭିତ୍ତିଭୂମି ସୁଦୃଢ଼ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।

15/07/2020

Leave a Reply

Your email address will not be published. Required fields are marked *

Comments