Bikash Khabar
ବିଶ୍ୱର ପ୍ରଭାବଶାଳୀ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଟାଇମ ପତ୍ରିକା ୨୦୨୦ ପାଇଁ ବିଶ୍ବର ସବୁଠାରୁ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି | ଏହି ତାଲିକା ପ୍ରତିବର୍ଷ ପ୍ରକାଶିତ ହୁଏ, ଯେଉଁଥିରେ ବିଭିନ୍ନ ଦେଶର ପ୍ରଭାବଶାଳୀ ଲୋକମାନଙ୍କ ନାଁ ରହିଥାଏ। ଚଳିତ ବର୍ଷ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ପ୍ରଭାବଶାଳୀ ନେତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଭାରତର ଏକମାତ୍ର ରାଜନେତା ଭାବରେ ଟାଇମ୍ ମାଗାଜିନର ୧୦୦ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ତାଲିକାରେ ଶାହିନ୍ ବାଗ ନାଗରିକତା ସଂଶୋଧନ ଆଇନକୁ ନେଇ ହୋଇଥିବା ବିରୋଧ ପ୍ରଦର୍ଶନର ଚର୍ଚ୍ଚିତ ଚେହେରା ବିଲକିସ୍ ଦାଦିଙ୍କ ନାମ ମଧ୍ୟ ରହିଛି। ଦିଲ୍ଲୀର ଶାହିନ୍ ବାଗ ଠାରେ ନାଗରିକତା ସଂଶୋଧନ ଅଧିନିୟମ ବିରୋଧରେ ପ୍ରତିବାଦ କରି ୮୨ବର୍ଷର ବିଲକିସ୍ ଦାଦି ସାରା ବିଶ୍ୱରେ ତାଙ୍କ ନାମ ଅର୍ଜନ କରିଥିଲେ। ଏହାକୁ ନଜରରେ ରଖି ଟାଇମ ପତ୍ରିକା ତାଙ୍କୁ ୧୦୦ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ଦେଇଛି।

23/09/2020

Leave a Reply

Your email address will not be published. Required fields are marked *

Comments