Bikash Khabar
କଳାକାରଙ୍କୁ ଡିସେମ୍ବର ଯାଏ ଆଗୁଆ ଭତ୍ତା

କରୋନା ଆର୍ଥିକ ସ୍ଥିତିର ବିଚାରପୂର୍ବକ କଳାକାରମାନଙ୍କୁ ପୁଣି ଆଗୁଆ କଳାକାର ଭତ୍ତାପ୍ରଦାନ କରାଯିବ। ଡିସେମ୍ବର ପର୍ଯ୍ୟନ୍ତ କଳାକାର ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛି ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ। ପୂର୍ବରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସେପ୍ଟେମ୍ବର ପର୍ଯ୍ୟନ୍ତ କଳାକାର ଭତ୍ତା ପ୍ରଦାନ କରାଯାଇଥିଲା। ଏବେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ କଳାକାର ଭତ୍ତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ରାଜ୍ୟରେ ପ୍ରତି ମାସରେ ୩୪୬୫୩ଜଣ କଳାକାରଙ୍କୁ ମାସିକ ୧୨ଶହ ଟଙ୍କା ହିସାବରେ ୪କୋଟି ୧୫ଲକ୍ଷ ୮୩ହଜାର ୬ଶହ ଟଙ୍କା ପ୍ରଦାନ କରାଯାଉଛି। ପୂର୍ବପରି ଏଥର ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ କଳାକାରଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

10/10/2020

Leave a Reply

Your email address will not be published. Required fields are marked *

Comments