Bikash Khabar
କନକ୍ଲେଭର ଦ୍ୱିତୀୟ ଦିନ, ମେକ୍ ଇନ୍ ଓଡ଼ିଶାକୁ ମିଳିଲା ଦେଢ ଲକ୍ଷ କୋଟିର ପ୍ରତିଶ୍ରୃତି

ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ୫ ଦିନିଆ ଶିଳ୍ପ ମହାକୁମ୍ଭ । ଦ୍ୱିତୀୟ ଦିବସରେ ଦେଶର ପ୍ରମୁଖ ଶିଳ୍ପପତିମାନେ ଓଡ଼ିଶାରେ ଦେଢ ଲକ୍ଷ କୋଟିର ପୁଞ୍ଜିନିବେଶକୁ ନେଇ ସ୍ୱପ୍ନ ଦେଖାଇଛନ୍ତି । ମୁକେଶ ଅମ୍ବାନୀ, ଗୌତମ ଆଦାନୀ, କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ସଜନ ଜିନ୍ଦଲ ଏବଂ ସଞ୍ଜିବ ପୁରିଙ୍କ ଭଳି ହସ୍ତି ମାନେ କନକ୍ଲେଭରେ ଯୋଗ ଦେଇ ଓଡ଼ିଶାରେ ଚାଲିଥିବା ସେମାନଙ୍କ ପ୍ରକଳ୍ପ ଗୁଡ଼ିକର ସଂପ୍ରସାରଣ କଥା ଦୋହରାଇ ଥିଲେ ।

ରିଲାୟନ୍ସ ଆଗାମୀ ଦିନରେ ୩ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପ୍ରତିଶ୍ରୃତି ଦେଇଥିଲେ । ସେଲ ପକ୍ଷରୁ ୪୧୦୦୦ କୋଟି ଟଙ୍କା ପୁଞ୍ଜିନିବେଶ କଥା କୁହାଯାଇଥିଲା । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼୍ ୫୫ ହଜାର କୋଟି, ଆଦିତ୍ୟ ବିର୍ଲା ୧୪୫୦୦ କୋଟି, ଟାଟା ୨୫ ହଜାର କୋଟି , ବେଦାନ୍ତ ୫୦୦ କୋଟି ଓ ଆଇଟିସି ୫୫୦ କୋଟିର ପ୍ରତିଶ୍ରୃତି ଦେଇଥିଲେ । ଶିଳ୍ପପତିମାନଙ୍କ ଏଭଳି ପ୍ରତିଶ୍ରୃତି ରାଜ୍ୟ ସରକାରଙ୍କୁ ଉତ୍ସାହିତ କରିଥିବାବେଳେ ଅର୍ଥନୀତିଜ୍ଞମାନଙ୍କୁ ଉତ୍ସାହିତ କରିପାରିନାହିଁ । ସେମାନେ କହିଛନ୍ତି ୧,୪୫ କୋଟି ଟଙ୍କାର ପୁଞ୍ଜିିନିବେଶ କେବଳ ଖଣିଜ ପଦାର୍ଥ ଆଧାରିତ ହେଉଛି । ମାତ୍ର ୫ ହଜାର କୋଟି ଟଙ୍କା ମାନ୍ୟୁଫାକ୍ଟରିଙ୍ଗ ସଂପର୍କିତ ହେବ । ଏହା ଓଡ଼ିଶାର ଚିରନ୍ତନ ବିକାଶରେ କଦାପି ସହଯୋଗ ହୋଇପାରିବ ନାହିଁ । ଓଡ଼ିଶାରେ ଖଣିଜ ଦ୍ରବ୍ୟର ଲୋଭରେ ଶିଳ୍ପପତିଙ୍କୁ ନିମନ୍ତ୍ରଣ ନକଲେ ମଧ୍ୟ ସେମାନେ ଆସିବେ ବୋଲି କୁହାଯାଉଛି । ତେବେ ୨୦୧୬ କନକ୍ଲେଭର ପ୍ରତିଶ୍ରୃତି ମଧ୍ୟରୁ ମାତ୍ର ୧୮ ପ୍ରତିଶ୍ରୃତି ପୂରଣ ହୋଇଥିବାବେଳେ ଏବେ ଏହା କିଭଳି ପୂରଣ ହେଉଛି ତାହା ଉପରେ ନଜର । 
 

13/11/2018

Leave a Reply

Your email address will not be published. Required fields are marked *

Comments