Bikash Khabar
ପୁରୀ ହେପାଜତ ମୃତ୍ୟୁ ;ହାଇକୋର୍ଟ ମାଗିଲେ ସବିଶେଷ ରିପୋର୍ଟ

ପୁରୀ ବୀରମିତ୍ରପୁରରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗରେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି  ପୁରୀ ମୃତ୍ୟୁ କୁ ନେଇ ଶରତ ରାୟଗୁରୁ ହାଇକୋର୍ଟ ରେ ଜନସ୍ୱାର୍ଥ ମାମଲା ରୁଜୁ ପରେ ହାଇକୋର୍ଟ ତୁରନ୍ତ ପୋଷ୍ଟମର୍ଟମ ରିପୋର୍ଟ ସହିତ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାପାଇଁ ରାଜ୍ୟସରକାରଙ୍କୁ ପରାମର୍ଶ ଦେଇଛନ୍ତି ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର କରାଯିବ ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ପୁରୀ ବୀରମିତ୍ରପୁର ହେପାଜତ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର ଆୟୋଗ ନିକଟରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରିଛନ୍ତି ମାନବିକ ଅଧିକାର କର୍ମୀ ପ୍ରବୀର ଦାସ ଉଭୟ ମାମଲାର ତଦନ୍ତ ଓଏଚଆର ସି  ନିଜ ସଂସ୍ଥା ଦ୍ୱାରା କରିବା ପାଇଁ ଆବେଦନ କରିଛନ୍ତି ପ୍ରବୀର ଦାସ ମୃତକ ଙ୍କ ପରିବାର କୁ ୧୦ ଲକ୍ଷ କ୍ଷତିପୂରଣ ଦୋଷୀ ପୋଲିସ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପ୍ରବୀର ତେଣେ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି ପୋଲିସ ହେପାଜତ ରେ ହୋଇଥିବା  ମୃତ୍ୟୁ ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ ଦଳ ଏହି ପ୍ରସଙ୍ଗରେ ସରକାରଙ୍କ ଜବାବ ମଗାଯିବ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ତଦନ୍ତ ଚାଲିଛି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବିଧାନସଭାରେ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦିଆଯିବ

20/11/2020

Leave a Reply

Your email address will not be published. Required fields are marked *

Comments