Bikash Khabar
ସ୍କୁଲରେ ପିଲାଙ୍କ କାର୍ଯ୍ୟକୁ ତଦାରଖ କରିବାରେ ପିତାମାତାଙ୍କୁ ସହଯୋଗ କରୁଛି ଏନ ଗୁରୁ କୁଇକ ସ୍କୁଲ ପେରେଣ୍ଟସ ଆପ୍

 ପିଲାଙ୍କ ଫଟୋ, ନାମ, ଶ୍ରେଣୀ, ସେକ୍ସନ ଶିକ୍ଷକମାନଙ୍କ ଦ୍ୱାରା ଦିଆଯାଇଥିବା ଟାସ୍କ, ଦେୟ ଓ ଅନ୍ୟାନ୍ୟ ସୂଚନା ଏବେ ମୋବାଇଲି ଆପରେ ଉପଲବ୍ଧ । ଅଭିଭାବକମାନେ ପିଲାଙ୍କ ସମସ୍ତ ସୂଚନା ଏହି ଆପରୁ ପାଇପାରୁଛନ୍ତି । ଏନ ଗୁରୁ କୁଇକ ସ୍କୁଲ ପେରେଣ୍ଟଓ ଆପ୍ଲିକେଶନ ପିଲାଙ୍କ ବିଦ୍ୟାଳୟ କାର୍ଯ୍ୟକୁ ତଦାରଖ କରିବାରେ ପିତାମାତାଙ୍କୁ ସହାୟକ ହେଉଛି । ସ୍ମାର୍ଟ ଫୋନ ବଟନକୁ ଛୁଇଁ ଅଭିଭାବକମାନେ ସହଜରେ ଉପଲବ୍ଧ ହେଉଥିବା ସୂଚନା ବିନା ସମୟ ବିନିଯୋଗରେ ପାଇପାରୁଥିବାରୁ ଏହି ଆପର ଚାହିଦା ବଢିଛି ।

ମାଇଣ୍ଡ ଚମ୍ପିୟାନ ଲର୍ଣ୍ଡିଙ୍ଗ ସିଷ୍ଟମ ଲିମିଟେଡ଼ ପକ୍ଷରୁ ଏହି ନିଆରା ଆପର ବିକାଶ କରାଯାଇଛି । ଛାତ୍ରଛାତ୍ରୀ-ବିଦ୍ୟାଳୟ ଓ ଅଭିଭାବକଙ୍କ ମଧ୍ୟରେ ସଂପର୍କ ବୁଦ୍ଧି ଦିଗରେ ଏହା ସହାୟକ ହୋଇଛି । ବିଦ୍ୟାଳୟରେ ଆମ ପିଲାର କାର୍ଯ୍ୟ ସମ୍ପାଦନାକୁ ଆମେ ଏହି ମୋବାଇଲି ଆମ ଦ୍ୱାରା ତଦାରଖ କରିପାରୁଛୁ ବୋଲି ଜଣେ ପେରେଣ୍ଟଓ କହିଛନ୍ତି ।

ତେବେ କ୍ୟୁଇକ ସ୍କୁଲ ପ୍ରଡ଼କ୍ଟକୁ ବିଦ୍ୟାଳୟ ସବସ୍କାଇବ କରିଥିବା ଆବଶ୍ୟକ । ଆପ ଷ୍ଟୋରରୁ ଏହି ଆପ୍ ଡ଼ାଉନଲୋଡ଼ କରିବା ପରେ ସ୍କୁଲରୁ ପାସୱାର୍ଡ଼ ସଂଗ୍ରହ କରାଯିବା ପରେ ଏହି ଆପ୍ ବ୍ୟବହାର କରିହେବ ।

09/07/2018

Leave a Reply

Your email address will not be published. Required fields are marked *

Comments