Bikash Khabar
ଆର୍‌ବିଆଇ ରିପୋର୍ଟ:ଓଡ଼ିଶାରେ ପନିପରିବା, ଫଳ ଉତ୍ପାଦନ ହ୍ରାସ

ଗତ ମଙ୍ଗଳବାର ଦିନ ଆର୍ବିଆଇ ଦ୍ବାରା ପ୍ରକାଶିତ ହ୍ୟାଣ୍ଡବୁକ୍ଅଫ୍ଷ୍ଟାଟିଷ୍ଟିକ୍ସ ଅନ୍ଇଣ୍ଡିଆନ୍ଷ୍ଟେଟସ୍ରିପୋର୍ଟରେ ଓଡ଼ିଶାରେ ଫଳ ପନିପରିବା ଉତ୍ପାଦନକୁ ନେଇ ତଥ୍ୟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ୨୦୧୭-୧୮ ମସିହା ତୁଳନାରେ ୨୦୧୮-୧୯ ମସିହାରେ ଏହି ରାଜ୍ୟରେ ଫଳ ପନିପରିବା ଉତ୍ପାଦନ ହ୍ରାସ ପାଇଛି। ୨୦୧୭-୧୮ରେ ଓଡିଶାରେ ୮୭୬୬. ହଜାର ଟନ୍ପନିପରିବା ଉତ୍ପାଦନ ହୋଇଥିବାବେଳେ ୨୦୧୮-୧୯ରେ ଏହା ୮୪୬୬. ହଜାର ଟନ୍କୁ ଖସିଆସିଛି। ସେହିଭଳି, ୨୦୧୭-୧୮ରେ ଓଡିଶାରେ ୨୪୦୨. ହଜାର ଟନ୍ଫଳ ଉତ୍ପାଦନ ହୋଇଥିବାବେଳେ ଏହାର ପରିମାଣ ୨୦୧୮-୧୯ରେ ୨୩୬୧. ହଜାର ଟନ୍କୁ ହ୍ରାସ ପାଇଛି। ରିପୋର୍ଟରେ ମଧ୍ୟ ରାଜ୍ୟମାନଙ୍କର ଆର୍ଥିକ ସ୍ଥିତିର ସମଗ୍ର ଚିତ୍ରକୁ ମଧ୍ୟ ଉପସ୍ଥାପନ କରାଯାଇଛି।

19/10/2020

Leave a Reply

Your email address will not be published. Required fields are marked *

Comments