Bikash Khabar
୧୩୨୨ ପ୍ରବାସୀଙ୍କୁ କର୍ମ ନିଯୁକ୍ତି ଦେଇଛି ରେଳବାଇ

 କରୋନା ମହାମାରୀ ଯୋଗୁଁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ କଲ୍ୟାଣ ରୋଜଗାର ଯୋଜନା କାର୍ଯ୍ୟକାରୀ ହେଉଛି। ଗତ ଜୁନ୍୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଏହି ଯୋଜନାର ଶୁଭାରମ୍ଭ କରାଯିବା ସହ ଏଥିରେ ଓଡ଼ିଶାର ୪ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରବାସୀମାନେ କିଭଳି କାମ ପାଇବେ ଅର୍ଥ ରୋଜଗାର କରିପାରିବେ, ତାହାକୁ ପ୍ରାଥମିକତା ଦିଆଯାଇଛି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଦିଗରେ କାର୍ଯ୍ୟ ଜାରି ରଖିଥିବା ପୂର୍ବତଟ ରେଳପଥ ପକ୍ଷରୁ ଇତିମଧ୍ୟରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଯୋଜନା ଅଧୀନରେ ପୂର୍ବତଟ ରେଳପଥ ପକ୍ଷରୁ ପର୍ଯ୍ୟନ୍ତ ୩ଟି ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦିଆଯାଇଛି। ଜୁନ୍ ୨୪ରୁ ଜୁଲାଇ ୧୬ ତାରିଖ ମଧ୍ୟରେ ଭଦ୍ରକ, ଗଞ୍ଜାମ ବଲାଙ୍ଗୀର ଜିଲ୍ଲାର ୧୩୨୨ଜଣ ଶ୍ରମିକଙ୍କୁ ପୂର୍ବତଟ ରେଳପଥର ବିଭିନ୍ନ ପ୍ରକଳ୍ପରେ ସାମିଲ କରାଯାଇଛି। ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲେନ୍ କାମରେ ସର୍ବାଧିକ ୪୧୩ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ କାର୍ଯ୍ୟ କରୁଛନ୍ତି। ଖୋର୍ଦ୍ଧା-ବଲାଙ୍ଗୀର ନୂଆ ରେଳ ଲାଇନ୍ନିର୍ମାଣ କାମରେ ୩୪୪ଜଣ ସାମିଲ ହୋଇଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲାରେ ରେଳ ଟ୍ରାକ୍ମରାମତିରେ ୧୬୦ଜଣ ଲାଗିଥିବା ବେଳେ କୋଠା ନିର୍ମାଣ କାର୍ଯ୍ୟରେ ୪୦, ଗ୍ୟାଙ୍ଗ୍ହଟ୍ରେ ୭୯ ଜଣ ନିୟୋଜିତ ହୋଇଛନ୍ତି। ଭଦ୍ରକ ଟିଟିଲାଗଡ଼ରେ ରେଳ ଧାରଣା ଉପରେ ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟରେ ଯଥାକ୍ରମେ ୪୫ ୧୨ଜଣ ସାମିଲ ହୋଇଛନ୍ତି। ଏହାବ୍ୟତୀତ ଗଞ୍ଜାମ ଭଦ୍ରକ ଜିଲ୍ଲାଠାରେ ପ୍ଲାଟ୍ଫର୍ମ ଉଚ୍ଚତା ବୃଦ୍ଧି କାର୍ଯ୍ୟରେ ଯଥାକ୍ରମେ ୯୩ ୧୦୮ ଜଣ ପ୍ରବାସୀ ଓଡ଼ିଆ ସାମିଲ ହୋଇଛନ୍ତି। ଭଦ୍ରକଠାରେ ରେଲୱେ କ୍ବାର୍ଟର୍କାମରେ ୨୮ଜଣଙ୍କୁ ନିୟୋଜିତ କରାଯାଇଛି।

18/07/2020

Leave a Reply

Your email address will not be published. Required fields are marked *

Comments