Bikash Khabar
ନବୀନ ଶୁଭାରମ୍ଭ କଲେ ରାଜଧାନୀ ଏକ୍ସପ୍ରେସ ବସ୍ ସେବା

ପ୍ରଥମ ପର୍ଯ୍ୟାୟରେ ୨୭ଟି ଶୀତତାପ ନିୟନ୍ତ୍ରିତ ବସକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବସ୍ ଗୁଡ଼ିକୁ ରାଜଧାନୀ ଏକ୍ସପ୍ରେସ ନାମରେ ନାମିତ କରାଯାଇଛି । ମୁଖ୍ୟମନ୍ତ୍ରୀ ପତାକା ଦେଖାଇବା ପରେ ବସ୍ ଗୁଡ଼ିକ ରାଜଧାନୀରୁ ବିଭିନ୍ନ ଜିଲ୍ଲାର ସଦର ମହକୁମାକୁ ଗଡ଼ିଛି ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ ଭବାନୀ ପାଟଣା, ଭୁବନେଶ୍ୱରରୁ ଫୁଲବାଣୀ, ଭଞ୍ଜନଗର, ରାଉରକେଲା, ରାଜଗାଙ୍ଗପୁର ଭାୟା ସୁନ୍ଦରଗଡ଼, ରାଜଖରିଆର ଭାୟା ବଲାଙ୍ଗିର, ଗୋରୁମହିଷାଣୀ ଭାୟା କରଞ୍ଜିଆ, ବୁର୍ଲା ଭାୟା ସମ୍ବଲପୁର ଦେଇ ଯାତାୟତ କରିବ । ରାଜ୍ୟ ବାହାରକୁ ମଧ୍ୟ ୪ଟି ଭଲଭୋ ବସର ଶୁଭାରମ୍ଭ କରାଯାଇଛି । ଭୁବନେଶ୍ୱରରୁ କଲିକତା, ପାରାଦୀପରୁ ବିଜୟୱାଡ଼ା ଯିବ । ଏହି ୨୭ଟି ବସକୁ ୧୬ କୋଟି ଟଙ୍କାରେ ରାଜ୍ୟ ସରକାର କିଣିଛନ୍ତି ।
ଏହି ବସ୍ ଗୁଡ଼ିକରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସାଙ୍ଗକୁ ମୋବାଇଲ ଚାର୍ଯ୍ୟ କରିବା, ଫ୍ରି ୱାଇଫାଇ ସୁବିଧା ରହିଛି । ସିସିଟିଭି ସଂଯୋଜିତ କରାଯାଇଛି । ଭେହିକଲ ଟ୍ରାକିଙ୍ଗ ସୁବିଧା କରାଯାଇଛି । ବସର ଷ୍ଟପେଜ ଏବଂ ଯାତ୍ରାପଥ ଏହା ଦ୍ୱାରା ଜାଣିହେବ ।

18/01/2019

Leave a Reply

Your email address will not be published. Required fields are marked *

Comments