Bikash Khabar
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରେ ୧୧ଟି ବିଷୟରେ ଖୋଲିବ ପିଏଚ୍‌ଡି

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ୧୧ଟି ବିଭାଗରେ ପିଏଚ୍ଡି ଖୋଲିବ। ବିଭାଗରେ ଥିବା ପ୍ରଫେସର୍ଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଛାତ୍ରୀଙ୍କ ସଂଖ୍ୟା ସ୍ଥିର ହେବ। ୨୦୨୦-୨୧ ଶିକ୍ଷାବର୍ଷରୁ ପିଏଚ୍ଡି ପାଠ୍ୟକ୍ରମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ଯୁକ୍ତ୩ (ସ୍ନାତକ)ରେ ୪୮ଟି ସିଟ୍କୁ ନେଇ ଶିକ୍ଷା ବିଭାଗ ଅନର୍ସ ଖୋଲିବ। ଚଳିତ ଶିକ୍ଷାବର୍ଷରେ ଏମ୍ଜେଏମ୍ସି ପାଠ୍ୟକ୍ରମରେ ନାମଲେଖା ହେବ। ଏଥିପାଇଁ ଦୁଇଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆସରିଲାଣି। ପ୍ରାଥମିକ ପର୍ଯ୍ୟାୟରେ ୩୨ଟି ସିଟ୍ରେ ନାମଲେଖା ହେବ। ଖାଲିଥିବା ୬୪ଟି ଆସିଷ୍ଟାଣ୍ଟ ପ୍ରଫେସର୍ପଦ ପୂରଣ ଲାଗି ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାବ୍ୟତୀତ ରୁସା ପାଣ୍ଠିରେ ପ୍ରାୟ ୫୫ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ୫ଟି ବିଲଡିଂ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାରୁ ଖୁବ୍ଶୀଘ୍ରକାର୍ଯ୍ୟକ୍ଷମ ହେବ ବୋଲି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ଆଜି କର୍ତୃପକ୍ଷ ସୂଚନା ଦେଇଛନ୍ତି ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ଉତ୍ସବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ମହିଳାମାନଙ୍କୁ ଆଗକୁ ବଢ଼ିବାକୁ ହେବ। ବର୍ତ୍ତମାନ ସମୟରେ ବହୁ ଛାତ୍ରୀ ମହିଳା ପଛରେ ପଡ଼ିଛନ୍ତି। ଯେଉଁମାନଙ୍କୁ ନ୍ୟୁ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ପରି କାର୍ଯ୍ୟକ୍ରମରେ ସାମିଲ କରିବାର ଆବଶ୍ୟକତା ରହିଛି। ଛାତ୍ରୀମାନେ ଆଗକୁବଢ଼ିବା ସମୟରେ ଆଚରଣ ଉଚ୍ଚାରଣ ଠିକ୍ହେବା ଦରକାର। ଛାତ୍ରୀମାନେ ଯେପରି ଅଧାରୁ ପାଠପଢ଼ା ଛାଡ଼ନ୍ତି, ସେ ଦିଗରେ ଆମକୁ ପଦକ୍ଷେପ ନେବାକୁ ପଡ଼ିବ। ବର୍ତମାନ ସମୟରେଯେଉଁ ଆହ୍ୱାନ ସୃଷ୍ଟିହେଉଛି, ତାହାକୁ ଗ୍ରହଣ କରି ଆଗକୁ ବଢ଼ିବାକୁ ହେବ। ଦିଗରେ ଶିକ୍ଷକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସେ ଆହ୍ବାନ ଦେଇଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ, ରମାଦେବୀ ବିଶ୍ବବିଦ୍ୟାଳୟର ଏବେ ବର୍ଷର ଶିଶୁ। ଏହି ସମୟରେ ହିଁ ବିଶ୍ବବିଦ୍ୟାଳୟର ବିକାଶ ହୋଇଥାଏ। ଗୁଣାତ୍ମକ ଶିକ୍ଷା ଉପରେ ଆମକୁ ପ୍ରାଥମିକତା ଦେବାକୁ ହେବ। ମିଳିତ ଭାବେ କାର୍ଯ୍ୟ କରିବା ସହ ସ୍ବଚ୍ଛତା ସମୟାନୁବର୍ତ୍ତିତାକୁ ପ୍ରାଥମିକତା ଦେବାକୁ ହେ

04/12/2020

Leave a Reply

Your email address will not be published. Required fields are marked *

Comments