Bikash Khabar
ଫେରିବ ମିଲେଟ- ସୁରେଶ ଚନ୍ଦ୍ର ବିଶାେୟୀ

ବିଗତ ତିନି ଦଶନ୍ଧିରୁ ଅଧିକ ସମୟ ଧରି କୃଷି, ଜଳବାୟୁ ପରିବର୍ତ୍ତନ ଓ ଚାଷୀଙ୍କ ଜୀବିକାକୁ ନିଶ୍ଚିତତା ପାଇଁ ଆଗକୁ ଆସିଛନ୍ତି ସୁରେଶ ଚନ୍ଦ୍ର ବିଶୋଇ । ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପ୍ରମୁଖ ସାମାଜିକ ସଂଗଠନ ସହିତ ଯୋଡ଼ି ହୋଇ ଏ ଦିଗରେ କାମ କରୁଥିବା ଶ୍ରୀଯୁକ୍ତ ବିଶୋୟୀ ସଂପ୍ରତି ନିର୍ମାଣ ନାମକ ଏକ ସଂଗଠନର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ । ନିର୍ମାଣ ଏକ ତୃଣମୂଳ ସ୍ତରୀୟ ସାମାଜିକ ସଂଗଠନ ଯାହାକି ନୟାଗଡ଼, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ସୁସ୍ଥାୟୀ କୃଷି ପ୍ରଣାଳୀକୁ ଫୋକସ କରିଥାଏ । ବିକାଶ ଖବର ସହିତ ଶ୍ରୀଯୁକ୍ତ ବିଶୋୟୀଙ୍କ ସାକ୍ଷାତାକାରର ସଂକ୍ଷିପ୍ତ ଓ ସଂପାଦିତ ଅଂଶ ଉପସ୍ଥାପିତ କରାଗଲା ।

ମିଲେଟ ଅଭିଯାନ କାହିଁକି?
ଆମ ରାଜ୍ୟର ପାହାଡ଼ି ଅଂଚଳ ବିଶେଷ କରି ଦକ୍ଷିଣ ଓଡ଼ିଶାର ଜନଜାତିମାନେ ବର୍ଷ ବର୍ଷ ଧରି ମାଣ୍ଡିଆ, ବାଜରା, ମକା, ଜହ୍ନା ଆଦି କ୍ଷୁଦ୍ରଦାନା ଜାତୀୟ ଯେଉଁ ଚାଷ କରିଆସୁଥିଲେ ତାହା ପ୍ରକୃତରେ ଛୋଟ ଚାଷୀ ଓ ପରିବେଶ ପାଇଁ ଅନୁକୂଳ ସାବ୍ୟସ୍ତ ହୋଇଛି । ସଂପ୍ରତି ଚାଷ ବ୍ୟୟ ବହୁଳ ଓ ଛୋଟ ଚାଷୀ ଚାଷରୁ ମୁହଁ ଫେରାଉଥିବା ଦେଖିବା ପରେ ନିର୍ମାଣ ଗରିବ ଚାଷୀଙ୍କ ହିତ ପାଇଁ ମିଲେଟ ଚାଷର ପୁନଃ ପ୍ରଚଳନକୁ ଫୋକସ କରିଛି ।
ମିଲେଟ ଫେରିପାରିବ କି?
ବିଭିନ୍ନ କାରଣ ପାଇଁ ମିଲେଟ ଜାତୀୟ ଶସ୍ୟ ଗୋଟିଏ ପରେ ଗୋଟିଏ ସ୍ଥାନୀୟ ପରିବେଶରୁ ବିଦାୟ ନେଇ ଯାଉଥିବାବେଳେ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଏହାର ଗୁରୁତ୍ୱ ଉପଲବ୍ଧି କରିବା ସ୍ୱାଗତ ଯୋଗ୍ୟ । ବିଭିନ୍ନ ସାମାଜିକ ସଂଗଠନର ପ୍ରୋତ୍ସାହନରେ ଚାଷୀମାନେ ସ୍ୱଦେଶୀ ବିହନ ଖୋଜି ଅଳ୍ପ ଅଳ୍ପ ଯାଗାରେ ଚାଷ ଆରମ୍ଭ କରିଛନ୍ତି । କନ୍ଧମାଳ, କୋରାପୁଟର ଚାଷୀମାନେ ଅଗ୍ରଣୀ ଭୂମିକା ନେଇଛନ୍ତି । ମିଲେଟ ମିଶନ ଆରମ୍ଭ ହୋଇଛି । ଛୋଟ ଓ ନାମମାତ୍ର ଚାଷୀ ତଥା ପାହାଡ଼ି ପରିବେଶକୁ ଏ ଚାଷ ନିଶ୍ଚିତ ଫେରିବ ।
ନିର୍ମାଣର ଏ ଦିଗରେ ଭୂମିକା କ’ଣ?
ପାରମ୍ପରିକ ଦେଶୀ ବିହନକୁ ତାଲିକା ଭୁକ୍ତ କରାଯାଉଛି । ଚାଷୀଙ୍କୁ ସମ୍ବର୍ଦ୍ଦିତ ପାଇଁ ବିହନ ମେଳା ଆୟୋଜନ ହେଉଛି । ମିଲେଟ ଚାଷ କ୍ଷେତ ପାଇଁ ଚାଷୀଙ୍କ ସହ ଯୋଡ଼ି ହୋଇ ରହିଛି ନିର୍ମାଣ । ମିଲେଟରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ସହରରେ ଲୋକପ୍ରିୟ କରାଯାଉଛି । କ୍ରେତା-ବିକ୍ରେତାଙ୍କ ମଧ୍ୟରେ ସେତୁ ଭଳି କାମ କରୁଛି ନିର୍ମାଣ । 
 

06/12/2018

Leave a Reply

Your email address will not be published. Required fields are marked *

Comments