Bikash Khabar
ପିଏମ୍‌ କେୟାର୍ସରୁ ୩୧୦୦ କୋଟି ମଞ୍ଜୁର,ପ୍ରବାସୀ ଶ୍ରମିକଙ୍କ ପାଇଁ ଖର୍ଚ୍ଚ ହେବ ୧୦୦୦ କୋଟି

 ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠି ଟ୍ରଷ୍ଟରୁ କେନ୍ଦ୍ର ସରକାର କୋଭିଡ୍‌-୧୯ ମୁକାବିଲା ପାଇଁ ୩୧୦୦ କୋଟି ଟଙ୍କା ଆଜି ମଞ୍ଜୁର କରିଛନ୍ତି। ୩୧୦୦ କୋଟି ଟଙ୍କା ମଧ୍ୟରୁ ପ୍ରାୟ ୨୦୦୦ କୋଟି ଟଙ୍କାରେ ଭେଣ୍ଟିଲେଟର କିଣାଯିବ।ଏଥିସହିତ ପ୍ରବାସୀ ଶ୍ରମିକଙ୍କ ପାଇଁ ୧୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ଟିକାର ବିକାଶ ପାଇଁ ୧୦୦ କୋଟି ଟଙ୍କା ବିନିଯୋଗ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜିଏହି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଦେଶରେ କରୋନା ମୁକାବିଲା ପାଇଁ ଆବଶ୍ୟକ ପାଣ୍ଠି ଯୋଗାଡ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍କେୟାର୍ସ ଫଣ୍ଡ ଘୋଷଣା କରିଛନ୍ତି। ଏହି ପାଣ୍ଠିକୁ ବିଭିନ୍ନ କମ୍ପାନି, ସଂସ୍ଥା ବ୍ୟକ୍ତିବିଶେଷ ଦାନ ଦେଉଛନ୍ତି। ଏହି ପାଣ୍ଠିରୁ ସରକାର ଆଜି ୩୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଭାରତରେ ଦିନକୁ ଦିନ କରୋନା ବଢ଼ି ଚାଲିଛି। ଆଜି ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୭୪୨୮୧ରେ ପହଞ୍ଚି ଯାଇଥିବାବେଳେ ଏହି ଘାତକ ରୋଗରେ ୨୪୧୫ ଜଣଙ୍କ ପ୍ରାଣହାନୀ ହେଲାଣି।ଦେଶରେ ନିର୍ମାଣ ହୋଇଥିବା ୫୦ ହଜାର ଭେଣ୍ଟିଲେଟରକୁ ସରକାର ମଞ୍ଜୁର କରିଥିବା ଅର୍ଥରେ କ୍ରୟ କରାଯିବ। ଗୋଟିଏ ଭେଣ୍ଟିଲେଟରକୁ ପ୍ରାୟ ହଜାର ଟଙ୍କାରେ କ୍ରୟ କରାଯିବ। ଏସବୁକୁ କୋଭିଡ-୧୯ ମହାମାରୀରେ ପ୍ରଭାବିତ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯିବ। ଏଥିସହିତ କରୋନା ମୁକାବିଲା ପାଇଁ ଦେଶରେ ଟିକାର ବିକାଶ କାର୍ଯ୍ୟ ଚାଲିଛି। ବିଭିନ୍ନ ପ୍ରତିଷ୍ଠାନ ପକ୍ଷରୁ ଏଥିପାଇଁ ଉଦ୍ୟମ କରାଯାଉଛି। ଟିକା ବିକାଶ ଲାଗି ସରକାର ୧୦୦ କୋଟି ଟଙ୍କା ପିଏମ୍କେୟାର୍ସ ପାଣ୍ଠିରୁ ପ୍ରଦାନ କରିଛନ୍ତି।

14/05/2020

Leave a Reply

Your email address will not be published. Required fields are marked *

Comments