Bikash Khabar
ରତିକାନ୍ତରୁ ଋତୁପର୍ଣ୍ଣା ହୋଇଥିବା ରାଜ୍ୟର ଏକମାତ୍ର ଓଏଫଏସ କିନ୍ନର କରିବେ ସମଲିଙ୍ଗୀ ବିବାହ

୨୦୧୪ ଏପ୍ରିଲରେ ସୁପ୍ରିମକୋର୍ଟ କିନ୍ନରଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେବା ପରେ ଚର୍ଚ୍ଚାକୁ ଆସିଥିଲେ ରତିକାନ୍ତ ପ୍ରଧାନ । ୨୦୧୫ ଅକ୍ଟୋବରରେ ସେ ଲିଙ୍ଗ ପରିବର୍ତ୍ତନ କରି ଐଶ୍ୱଯ୍ୟା ଋତୁପର୍ଣ୍ଣା ନାମରେ ପରିଚିତି ଦେଲେ । ତା ପରେ ସେ ସାରରୁ ମ୍ୟାଡ଼ାମ ହେଲେ । ଓଏଫଏସ ପାଇବା ପରେ ରାଜ୍ୟର ପ୍ରଥମ କିନ୍ନର ଭାବେ ପାରାଦୀପର  ବାଣିଜ୍ୟ କର ଅଧିକାରୀ ଥିବା ଋତୁପର୍ଣ୍ଣା ଏବେ ସୁପ୍ରିମକୋର୍ଟଙ୍କ ୩୭୭ ଧାରା ରବ୍ଦକୁ ନେଇ ବଡ଼ ଖୁସି ବ୍ୟକ୍ତ କରିଛନ୍ତି । ଦୀର୍ଘଦିନ ଧରି ସେ ନିଜ ପୁରୁଷ ବନ୍ଧୁଙ୍କ ସହ ଲିଭ ଇନ୍ ରିଲେସନରେ ଥିବାବେଳେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ସେ ଖୁବ ଶିଘ୍ର ନିଜ ପୁରୁଷ ବନ୍ଧୁଙ୍କୁ ବିବାହ କରିବେ ବୋଲି ସୂଚାଇଛନ୍ତି ।
ଦେଶର ପ୍ରଥମ ସିଭିଲ ସର୍ଭିସ ଅଫିସର ଭାବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ଲିଙ୍ଗ ପରିବର୍ତ୍ତନ କରିଥିଲେ । ଲିଙ୍ଗ ପରିବର୍ତ୍ତନ ପରେ ତାଙ୍କ ବାପା ୪ବର୍ଷ ହେଲା ତାଙ୍କୁ ଘରୁ ବାହାର କରି ଦେଇଥିବା ସେ କହନ୍ତି । ତାଙ୍କ ନିଜ ଘର କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକ କନକଗୋରୀ ଗ୍ରାମରେ । ପିତା ଓକିଲ ପ୍ରଧାନ ଓ ମା ରୂପାବତୀ ପ୍ରଧାନଙ୍କ ୪ ସନ୍ତାନଙ୍କ ମଧ୍ୟରୁ ସେ ହେଉଛନ୍ତି ମଝିଆ । ଚାକିରି କରିବା ପର୍ଯ୍ୟନ୍ତ ସେ ରତିକାନ୍ତ ଥିଲେ । 
 

08/09/2018

Leave a Reply

Your email address will not be published. Required fields are marked *

Comments