Bikash Khabar
ବାଲୁକା ଶିଳ୍ପୀ ସତ୍ୟ ତିଆରି କଲେ ବାଲି ରଥ, ବିଶ୍ୱର ସବୁଠୁ କ୍ଷୁଦ୍ର ରଥ ଭାବେ ପାଇବ ସ୍ଥାନ

 କାଠ ଓ ସାବୁନରେ ଆଶ୍ଚର୍ଯ୍ୟଜନକ କଳାକୃତ୍ତି ତିଆରି କରି ଗଞ୍ଜାମବାସୀଙ୍କ ପ୍ରିୟ ପାତ୍ର ହୋଇପାରିଥିବା ଚିତ୍ରକର ତଥା ଶିକ୍ଷକ ସତ୍ୟନାରାୟଣ ମହାରଣା ମହାପ୍ରଭୁଙ୍କ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ତିଆରି କରିଛନ୍ତି ବାଲି ରଥ ।

ଏହି କ୍ଷୁଦ୍ର ବାଲି ରଥ ବିଶ୍ୱର ସବୁଠାରୁ କ୍ଷୁଦ୍ର ବାଲି ରଥ ଭାବେ ସ୍ଥାନ ପାଇବ ବୋଲି ଆଶା ରଖିଛନ୍ତି ସତ୍ୟ । ବିଜିପୁରରେ ସତ୍ୟ ବାଲିରେ ୪.୫ ଇଂଚ ଉଚ୍ଚତା ଓ ତିନି ଇଂଚ ଓସାର ଏବଂ ୧୬ଟି ଚକ ଯୁକ୍ତ ବାଲିରଥ ନିର୍ମାଣ କରିଛନ୍ତି । ଏହି କଳାକୃତ୍ତିକୁ ସେ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡ଼ରେ ସ୍ଥାନ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ଏହି ଶିଳ୍ପୀ ।  ପୂର୍ବରୁ ସେ ଅଦରକାରୀ କାଠରେ ତିନି ଠାକୁରଙ୍କ ରଥ ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ନିଜ ନା ଦରଜ କରିଛନ୍ତି । ସତ୍ୟଙ୍କ ଏହି ନିଆରା ବାଲୁକା କଳା ଦେଖିବା ପାଇଁ ବିଜିପୁରବାସୀଙ୍କ ଆଗ୍ରହ ଦେଖି ହୋଇଛି । ସତ୍ୟ ଏହି ରଥକୁ ତିଆରି କରିବାରେ ଧ୍ୟାନର ସହ ଘଣ୍ଟାଏ ସମୟ ବିନିଯୋଗ କରିଥିବା କହିଛନ୍ତି । 

06/07/2018

Leave a Reply

Your email address will not be published. Required fields are marked *

Comments