Bikash Khabar
ଅଟକାଇ ପାରିଲାନି ଦିବ୍ୟାଙ୍ଗର ବାଧକ, ୧୪ ବର୍ଷ ବୟସରେ ତିଆରି କଲେ ଫୋଲ୍ଡିଙ୍ଗ ସାଇକେଲ

ଆଜି ପ୍ରଯୁକ୍ତି କେଉଁଠୁ କେଉଁଠିକି ପହଂଚି ସାରିଛି ତଥାପି ମଧ୍ୟ ଆମ ଦେଶର ଦିବ୍ୟାଙ୍ଗମାନେ ଘରୁ ବାହାରକୁ ବାହାରିବା କ୍ଷେତ୍ରରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ଦିବ୍ୟାଙ୍ଗମାନଙ୍କ ଯାତାୟତର ସମସ୍ୟାକୁ ଦୃଷ୍ଟିରେ ରଖି ଅନେକ ଉଭାବନ ହେଉଛି । ଏଭଳି ଏକ ଉଭାବନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ବିହାରର ୩୩ ବର୍ଷ ବୟସ୍କ ସନ୍ଦିପ କୁମାର । ବିହାରର ପଶ୍ଚିମ ଚମ୍ପାରଣର ବାସିନ୍ଦା ସନ୍ଦୀପ ଏବେ ଭାରତୀୟ ଡ଼ାକ ବିଭାଗର ସହାୟକ ଭାବେ କାମ କରନ୍ତି । ପିଲାଦିନୁ ସେ ପୋଲିଓରେ ଆକ୍ରାନ୍ତ । ତାଙ୍କ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଠିକ୍ ନଥିଲା । ପିଲାଟି ଦିନର ମେକାନିକାଲ କାମରେ ସନ୍ଦୀପଙ୍କ ଆଗ୍ରହ ବାରି ହୋଇପଡ଼ିଥିଲା । ଗାଁର କାହାର କେଉଁ ସାମଗ୍ରୀ ଖରାପ ହୋଇଗଲେ ସନ୍ଦୀପ ସେ ସବୁ ତିଆରି କରି ଦେଉଥିଲେ । ବିଦ୍ୟୁତ ସାମଗ୍ରୀ ମରାମତି କ୍ଷେତ୍ରରେ ମଧ୍ୟ ସନ୍ଦୀପଙ୍କ ଦକ୍ଷତା ଥିଲା । ପୁରା ଗାଁ ତାଙ୍କୁ ଇଞ୍ଜିନିୟର ନାମରେ ନାମିତ କରାଇଥିଲା । ପୋଲିଓ କାରଣରୁ ସେ ସ୍କୁଲକୁ ଯାଇ ପାରୁନଥିଲେ । ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ପରେ ସନ୍ଦୀପ ଦୂର ସ୍କୁଲକୁ ଯାଇ କିଭଳି ପଢିବେ ତାର ଚିନ୍ତା ପରିବାର ଉପରେ ଥିଲା । ବହୁତ ବିଳମ୍ବ ଯାଏ ସେ ସ୍କୁଲରେ ନାଁ ଲେଖାଇ ପାରିନଥିଲେ । ଦିବ୍ୟାଙ୍ଗ ହୋଇଥିବାରୁ ସହଜରେ ବସ୍, ଟ୍ରେନରେ ଯାତ୍ରା କରିବା ସହଜ ସାଧ୍ୟ ନଥିଲା । ସନ୍ଦିପ ବ୍ୟାଗରେ ବୋହି ନେଇ ହେଉଥିବା ସାଇକେଲ ତିଆରି ପାଇଁ ମନୋନିବେଶ କଲେ । ଗୋଟିଏ ବର୍ଷର ପରିଶ୍ରମ ଓ ୨ହଜାର ଟଙ୍କା ଖର୍ଚ୍ଚରେ ସନ୍ଦୀପ ନବମ ଶ୍ରେଣୀ ପଢୁଥିବାବେଳେ ୧୯୯୮ରେ ସାଇକେଲ ତିଆରି କରିଦେଲେ । ୨୦୦୬ରେ ସନ୍ଦୀପ ନିଜର ଗ୍ରାଜୁଏସନ ପାସ୍ କଲେ ଓ ସେହିବର୍ଷ ଚାକିରୀଟିଏ ପାଇଗଲେ । ୧୯୯୮ରୁ ୨୦୦୬ ଯାଏ ନିଜ ଉଭାବିତ ସାଇକେଲ ତାଙ୍କୁ ସାହାରା ଦେଇଥିଲା । ୧୩ କିଗ୍ରାର ଏହି ସାଇକେଲ ୨୪ ଇଂଚର ବ୍ୟାଗରେ ୧ ମିନିଟ ମଧ୍ୟରେ ଫୋଲ୍ଡ ହୋଇ ରହିଯାଇଥାଏ ।

21/02/2019

Leave a Reply

Your email address will not be published. Required fields are marked *

Comments