Bikash Khabar
ଏମ୍ସକୁ ଦାନ ହୋଇଥିବା ଅସ୍ଥିରେ ବାଲାଂଦେଶର ସରିଫୁଲଙ୍କୁ ମିଳିଲା ନୁଆ ଜୀବନ

ବାଲାଂଦେଶର ସରିଫୁଲଙ୍କ ମୁହଁରେ ଏବେ ହସ । ବିଗତ ୨ ବର୍ଷ ଧରି ହେଉଥିବା ଯନ୍ତ୍ରଣାର ଅନ୍ତ ଘଟିଛି । ନୂଆଦିଲ୍ଲୀସ୍ଥିତ ଏମସରେ ଥିବା ଅସ୍ଥି ବ୍ୟାଙ୍କରୁ ଦାନରେ ମିଳିଥିବା ଅସ୍ଥି ଯୋଡ଼ା ଯାଇ ସରିଫୁଲଙ୍କ ଜଙ୍ଘ ହାଡ଼ର ପ୍ରତ୍ୟାରୋପଣ କରାଯାଇଛି । ଦୁଇଘଣ୍ଟା ଧରି ଚାଲିଥିବା ଅପରେସନ ଓ ୧୨ ଘଣ୍ଟାର ଅବଜରଭେସନ ପରେ ସରିଫୁଲ ଏବେ ବିନା କାହାର ସାହାରାରେ ନିଜ ୱାର୍ଡ଼ରେ ଚାଲିପାରିଛନ୍ତି ।
୧୫ ବର୍ଷ ତଳେ ସରିଫୁଲ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହି ଦୁର୍ଘଟଣାରେ ତାଙ୍କ ଡ଼ାହାଣ ଗୋଡ଼ ଭାଙ୍ଗିଯାଇଥିଲା । ଦୁଇଟି ପ୍ରମୁଖ ହାଡ଼ ଭାଙ୍ଗିଯାଇଥିବାରୁ ପରେ ତାଙ୍କୁ ହିପ୍ ରିପ୍ଲେସମେଣ୍ଟ କରିବାକୁ ପଡ଼ିଥିଲା । ଏହା ପରେ ସେ ଠିକ୍ ହୋଇଗଲେ ସତ କିନ୍ତୁ ୬ ବର୍ଷ ତଳୁ ଆରମ୍ଭ ହୋଇଗଲା ଯନ୍ତ୍ରଣା । ବାଲାଂଦେଶରେ ଏହି ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ସେ ଦିଲ୍ଲୀ ଏମସ ପହଂଚିଲେ । ଏଠାର ଡ଼ାକ୍ତର ବୋନ୍ ବ୍ୟାଙ୍କକୁ ଦାନ କରାଯାଇଥିବା ହାଡ଼ରେ ତାଙ୍କର ଦ୍ୱିତୀୟ ଥର ସର୍ଜରୀ କରାଇଥିଲେ । 
 

07/10/2018

Leave a Reply

Your email address will not be published. Required fields are marked *

Comments