Bikash Khabar
ପ୍ରଥମରୁ ଦଶମ ପିଲାଙ୍କ କମିବ ବସ୍ତାନି ବୋଝ, ସବୁ ସ୍କୁଲ ପାଇଁ ଲାଗୁ

ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ବସ୍ତାନୀ ବୋଝ କମିବ । ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବିଦ୍ୟାଳୟ ସେମାନଙ୍କ ପାଠ୍ୟକ୍ରମ ପ୍ରସ୍ତୁତ କରିବେ । ୨୦୧୮-୧୯ ଶିକ୍ଷାବର୍ଷରୁ ଏହା ଲାଗୁ ହେବ । ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ, ଅଣଅନୁଦାନ ପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟ ସମସ୍ତେ ଏହି ଗାଇଡ଼ ଲାଇନକୁ ମାନି ଚଳିବେ ।

ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଏ ସମ୍ପର୍କରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଆସନ୍ତା ସୋମବାର ହାଇକୋର୍ଟରେ ମାମଲାର ପରବର୍ତ୍ତି ଶୁଣାଣୀ ହେବ । ପିଲାମାନଙ୍କୁ ପାଠ ପଢିବାର ସ୍ୱାଧୀନତା ଦିଆଯିବ । ଲାଇବ୍ରେରିରେ ପଢିବା, ବିଭିନ୍ନ ଖେଳ ଖେଳିବାକୁ ପ୍ରାଥମିକତା ଦିଆଯିବ । ପିଲାଙ୍କର ମୌଳିକ ଦକ୍ଷତା ବିକାଶ ଦିଗରେ ଧ୍ୟାନ ଦିଆଯିବ ।
ପ୍ରଥମରୁ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ପାଇଁ ଦୁଇଟି ବହି  ରହିବ । ବ୍ୟାଗର ଓଜନ ଦେଢ କେଜିରୁ ଅଧିକ ହେବନି । ମାତୃଭାଷା ଇଂରାଜୀ ଓ ଗଣିତ ରହିବ । ଏହି ପିଲାମାନଙ୍କୁ କୌଣସି ହୋମୱାର୍କ ଦିଆଯିବ ନାହିଁ । ତୃତୀୟରୁ ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ୪ଟି ପୁସ୍ତକ ରହିଛି । ଏହି ସବୁ ବହିର ଓଜନ ୨ରୁ ୩ କେଜି ହେବ । ସେହିପରି ପଂଚମରୁ ସପ୍ତମ ଶ୍ରେଣୀ ପିଲାଙ୍କ ବସ୍ତାନିର ବୋଝ ୪ କେଜି ଟପିବ ନାହିଁ । ପିଲାମାନେ ଦୁଇ କାନ୍ଧରେ ଝୁଲି ରହିବା ଭଳି ବ୍ୟାଗ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

10/03/2019

Leave a Reply

Your email address will not be published. Required fields are marked *

Comments