Bikash Khabar
ଶିକ୍ଷାଦାନ ବ୍ୟତୀତ ଅନ୍ୟ କାମରେ ନିୟୋଜିତ ହୋଇପାରିବେନି ସରକାରୀ ଓ ଘରୋଇ ସ୍କୁଲର ଶିକ୍ଷକ

ଏଣିକି ସରକାରୀ ଓ ଘରୋଇ ସ୍କୁଲରେ ଯଦି ଶିକ୍ଷକଙ୍କୁ ଶିକ୍ଷାଦାନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରାଯାଏ ,ତେବେ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ କିମ୍ବା ସ୍କୁଲ ପରିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରୀକ୍ଷା ସମୟରେ ପରୀକ୍ଷା ପରିଚାଳନା ଏବଂ ଖାତା ଦେଖା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ମଧ୍ୟ ଶିକ୍ଷକଙ୍କୁ ନିୟୋଜିତ କରାଯାଇପାରିବ ନାହିଁ ।

ଘରୋଇ ସ୍କୁଲ ଗୁଡ଼ିକରେ ଶିକ୍ଷକମାନଙ୍କୁ ସ୍କୁଲ ଫି ଆଦାୟ, ବସ ପରିଚାଳନା, ବିଦ୍ୟାଳୟ ପରିସର ରକ୍ଷଣାବେକ୍ଷଣ ଆଦି କାମରେ ଲଗାଯାଉଥିଲା । ଶିକ୍ଷକ ଓ କିରାଣୀଙ୍କ ଅଭାବ ଦେଖାଇ ପିଲାଙ୍କ ଆଧାର ସଂଯୋଗ, ବିଦ୍ୟୁତ ବିଲ ପଇଠ ଆଦି କାମରେ ଶିକ୍ଷକମାନଙ୍କୁ ନିୟୋଜିତ କରାଯାଉଥିଲା । ଏବେ ଆଉ ଏପରି କାମ କରାଯାଇପାରିବ ନାହିଁ । ନନ ଏକାଡ଼େମିକ କାମରେ ଶିକ୍ଷକମାନଙ୍କୁ ନିୟୋଜିତ କରାଯାଉଥିବା ଜଣାପଡ଼ିଲେ ପ୍ରଧାନଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

12/04/2019

Leave a Reply

Your email address will not be published. Required fields are marked *

Comments