Bikash Khabar
ଅଫିସର ତିଆରିର କାରଖାନା ହୋଇଛି ଏହି ସ୍କୁଲ, ଏତେ ଛାତ୍ର ହୋଇପାରିଛନ୍ତି ଆଇଏଏସ,ଆଇପିଏସ

ସରକାରୀ ସ୍କୁଲର ଶିକ୍ଷକ ଏବଂ ଛାତ୍ରଙ୍କ ମଧ୍ୟରେ କିଭଳି ସଂପର୍କ ଓ ସାମଞ୍ଜସ୍ୟ ରହିବା ଉଚିତ ଏବଂ ଗରିବ ଘରର ବିଦ୍ୟାର୍ଥି କେଉଁ ପ୍ରତିକୂଳ ସ୍ଥିତି ଦେଇ ପାଠ ପଢେ ତାହା ହିଚକି ସିନେମାରେ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି ।
ହିଚକିରେ ଯାହା କିଛି ପ୍ରଦର୍ଶିତ ହୋଇଛି ତାହା ଛତିଶଗଡ଼ ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଦୟାଲବଳରେ ୪୫ ବର୍ଷ ପୂର୍ବରୁ ହୋଇସାରିଛି । ଏହି ସ୍କୁଲର ୧୯୭୬ ବ୍ୟାଚର ଶିକ୍ଷକ ଏମଜି ମଜୁମଦାରଙ୍କ ଶିକ୍ଷା ଓ ପ୍ରେରଣା ପାଇ ସେହିବର୍ଷ ସାତଜଣ ଆଇଏଏସ, ଦୁଇଜଣ ଆଇପିଏସ, ଜଣେ ଆଇଏଏଫଏସ, ୪ ଜଣ ଡ଼ାକ୍ତର ଏବଂ ୧୨ ଜଣ ଇଞ୍ଜିନିୟର ସୃଷ୍ଟି ହୋଇଥିଲେ । ଏମାନଙ୍କ ମଧ୍ୟରେ ପୁଲିସ ଅଧିକ୍ଷକ ସହୀଦ ବିନୋବ ଚୌବେ ମଧ୍ୟ ସାମିଲ ଥିଲେ । ଯିଏକି ଏକ ଭରପୁର ଯାତ୍ରୀବାହୀ ବସକୁ ବଂଚାଇବାକୁ ଯାଇ ନିଜ ଜୀବନ ଦେଇଥିଲେ ।
ସରକାରୀ ସ୍କୁଲ ଶିକ୍ଷକ ଏମଜି ମଜୁମଦାର ନିଜର କାର୍ଯ୍ୟକାଳରେ କଠୋର ଅନୁଶାସନ ପାଇଁ ଚର୍ଚ୍ଚାରେ ଥିଲେ । ସେ ପଢାଉଥିବା ଗଣିତର ଅବୁଝା କେହି ରହୁନଥିଲେ । ପିଲାଙ୍କ ସହ ଗପସପ ହେଲା ଭଳି ଢଙ୍ଗରେ ପଢାଉଥିଲେ । ୧୯୭୬ରେ ମୋଟ ୨୭ ଜଣ ବିଦ୍ୟାର୍ଥି ଥିଲେ । ସେମାନଙ୍କ ମଧ୍ୟରୁ ସାତ ଜଣ ଆଇଏଏସ । ଆର ପି ମଣ୍ଡଳ, ହେମନ୍ତ ପହାରେ, ନବନୀତ ବର୍ମା, ଅନୀଲ ଟୁଟେଜା ଆଦି ଏଭଳି କିଛି ନାମ ଯେଉଁମାନେ ଛତିଶଗଡ଼ ଶାସନର ପ୍ରମୁଖ ଦାୟିତ୍ୱରେ ଅବସ୍ଥାପିତ । ୨୦୦୮ରେ ଦେବେନ୍ଦ୍ର ସିଂହ ରାଓ ମୁଖ୍ୟ ସଚିବ ପଦରୁ ଅବସର ନେଲେ । ଆଇପିଏସ ବିନୋବ ଚୌବେ ଓ ସଞ୍ଜୟ ପିଲେ ବର୍ତ୍ତମାନ ଛତିଶଗଡ଼ ଶାସନରେ ଏଡ଼ିଜି ଭାବେ କାର୍ଯ୍ୟରତ । ପ୍ରଳୟ କ୍ରାନ୍ତି ବସୁ ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଡ଼ିଜିଏମ ପଦରେ ଅବସ୍ଥାପିତ ବିଳାସପୁରରେ ଆଜି ଯେତେ ପ୍ରମୁଖ ଡ଼ାକ୍ତର ଅଛନ୍ତି ସମସ୍ତେ ମଜୁମଦାର ସାରଙ୍କୁ ଗୁରୁ ବୋଲି ଦର୍ଶାନ୍ତି । 
 

07/09/2018

Leave a Reply

Your email address will not be published. Required fields are marked *

Comments