Bikash Khabar
କଟକଣାରେ ଜୁଲାଇ: ସ୍କୁଲ୍‌, କଲେଜ, କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ବନ୍ଦ

 ରାତ୍ରୀକାଳୀନ କର୍ଫ୍ୟୁ ସୀମା ରାତି ୯ଟାରୁ ଭୋର ୫ଟା ଯାଏ ବଳବତ୍ତର ରହିବ। ସ୍କୁଲ, କଲେଜ କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ଖୋଲିପାରିବ ନାହିଁ। ହେଲେ ପରୀକ୍ଷା ମୂଲ୍ୟାୟନ ହୋଇପାରିବ। ଜୁଲାଇ ୩୧ ଯାଏ ଧାର୍ମିକ ଅନୁଷ୍ଠାନକୁ ସାଧାରଣ ଲୋକ ପ୍ରବେଶ କରିପାରିବେ ନାହିଁ। ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ସବୁ ବନ୍ଦ ରହିବ। ରେସ୍ତୁରାଁ ଖୋଲା ରହିବ। ହେଲେ ପୂର୍ବଭଳି ସେଠାରେ ଖାଇହେବ ନାହିଁ। ଖାଦ୍ୟ ପାର୍ସଲ ନିଆଯାଇ ପାରିବ। ଏପରି କଟକଣା ସହିତ ଜୁଲାଇ ମାସ ପାଇଁ ରାଜ୍ୟ ସରକାର ଆଜି ନୂଆ ନିର୍ଦେଶନାମା ଜାରି କରିଛନ୍ତି। ଆସନ୍ତାକାଲି ସକାଳୁ ସରକାରଙ୍କର ଏହି ନୂଆ ନିର୍ଦେଶନାମା ଲାଗୁ ହେବ। ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ସଂକ୍ରାନ୍ତରେ ସୂଚନା ଦେବା ପରେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ସାଢେ ତିନି ମାସ ହେଲାଣି ଏକ ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ ଜାରି ରହିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ବେଶ୍ ଭଲ ଅଛି ସ୍ୱାସ୍ଥ୍ୟ ସହ ଅର୍ଥନୀତିକୁ ଗୁରୁତ୍ୱ ଦେଇ କାର୍ଯ୍ୟ ପରିଚାଳନା କରିବା ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁଲାଇ ମାସ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରତି ଗାଁରେ କୋଭିଡ୍ମ୍ୟାନେଜମେଣ୍ଟ କମିଟି ଗଠନ କରାଯିବାକୁ ସ୍ଥିର ହୋଇଛି। ଯେଉଁ କଥାଟିକୁ ଅତ୍ୟଧିକ ଗୁରୁତ୍ବ ଦିଆଯାଉଛି, ତାହା ହେଲା ମାସ୍କ ବ୍ୟବହାର ସାମାଜିକ ଦୂରତ୍ୱ ରକ୍ଷା। ଏହାକୁ ଯିଏ ନମାନିବ, ସେ କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯିବ। ମାସ୍କ ସାମାଜିକ ଦୂରତ୍ୱ ପାଇଁ ଗାଁରେ ସଚେତନତା ସୃଷ୍ଟି କରାଯିବ। ସେହିଭଳି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଜୁଲାଇ ମାସରେ ଏସବୁକୁ ନେଇ ଧରପଗଡ଼ ଜୋରଦାର କରାଯିବ। ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। ସେହିଭଳି ଦୋକାନୀ ସାମାଜିକ ଦୂରତ୍ୱ ବ୍ୟବସ୍ଥା ନକଲେ କାର୍ଯ୍ୟାନୁଷ୍ଠାନ ହେବ।

01/07/2020

Leave a Reply

Your email address will not be published. Required fields are marked *

Comments