Bikash Khabar
ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ

ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ପର୍ଯ୍ୟଟକମାନେ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ । ପ୍ରତିବର୍ଷ ବର୍ଷା ଋତୁ ଆସିବା ମାତ୍ରେ ଜୁନ୍ ଦ୍ୱିତୀୟ ସପ୍ତାହରୁ ପର୍ଯ୍ୟଟକଙ୍କ ପାଇଁ ଶିମିିଳିପାଳ ପ୍ରବେଶପଥ ମନା ହୁଏ । ପର୍ଯ୍ୟଟନ ଋତୁ ଆସିବା ମାତ୍ରେ ଖୋଲିଯାଏ ଶିମିଳିପାଳର ପ୍ରବେଶ ପଥ ।
ଚଳିତ ବର୍ଷ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ କେତେକ ନିୟମ କରିଛନ୍ତି । ନିୟମ ଅନୁଯାୟୀ ପର୍ଯ୍ୟଟକମାନେ ପିଠାବଟା ଏବଂ ଯଶିପୁର କାଳିଆଣୀ ଦେଇ ଉଦ୍ୟାନ ଭିତରକୁ ପ୍ରବେଶ କରିପାରିବେ । ପ୍ରଥମେ ଆସିଥିବା ୩୫ଟି ଚାରିଚକିଆ ଯାନକୁ ଗୋଟିଏ ଦିନରେ ପ୍ରବେଶାନୁମତି ମିଳିବ । ପିଠାବଟା ଫାଟକରେ ୨୫ଟି ଚାରିଚକିଆ ଯାନ ଯାଇପାରିବ । ଦୁଇଟି ଫାଟକରେ ଦୈନିକ ୬୦ଟି ଚାରିଚକିଆ ଯାନ ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରକୁ ହିଁ ପ୍ରବେଶ କରିପାରିବେ । ସକାଳ ୬ରୁ ୯ଟା ମଧ୍ୟରେ ପ୍ରବେଶାନୁମତି ମିଳିବ । ସନ୍ଧ୍ୟା ୫ଟା ସୁଦ୍ଧା ପର୍ଯ୍ୟଟକମାନେ ଫେରିଆସିବେ । ଅପରାହ୍ନ ୩ଟା ସୁଦ୍ଧା ଯୋରନ୍ଦା ଓ ବରେହୀପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡ଼ିବାକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ଼୍ ରହିବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ କୁମାରୀ ଇକୋ ଟୁରିଜିମ୍, ଗୁଡ଼ୁଗୁଡ଼ିଆ ପାଇନ ଭିଲା କିମ୍ବା ବରେହି ପାଣି କଟେଜରେ ରହିବା ପାଇଁ ଚାହିଁବେ ସେମାନେ ଅଗ୍ରୀମ ସଂରକ୍ଷଣ କରାଇପାରିବେ । 
 

21/10/2018

Leave a Reply

Your email address will not be published. Required fields are marked *

Comments