Bikash Khabar
ମାସକୁ ୧୦ କୋଟି ଟୀକାର ମାତ୍ରା ପ୍ରସ୍ତୁତ କରିବ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌

ଆସନ୍ତା ବର୍ଷରୁ ପୁଣେ ସ୍ଥିତ ସିରମ୍ଇନ୍ଷ୍ଟିଚ୍ୟୁଟ୍ମାସକୁ କୋଭିଡ୍ଟିକାର ୧୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଏହାର ମୁଖ୍ୟ ଆଦର ପୁନାଵାଲା କହିଛନ୍ତି। ସମ୍ପ୍ରତି ଏହି ଟିକା ନିର୍ମାଣକାରୀ କମ୍ପାନି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ତଥା ଆଷ୍ଟ୍ରାଜେନେକା କମ୍ପାନି ଦ୍ବାରା ପ୍ରସ୍ତୁତ ଏଜେଡ୍ଡି-୧୨୨୨ ନାମକ କୋଭିଡ୍ଟିକାକୁ ନିମ୍ନ ଏବଂ ମଧ୍ୟମ ଆୟବର୍ଗ ଦେଶମାନଙ୍କ ପାଇଁ ପ୍ରସ୍ତୁତ କରୁଛି। କୋଭିସିଲ୍ ନାମରେ ପ୍ରସ୍ତୁତ ଏହି ନୂତନ ସଂସ୍କରଣ ଟିକାର ଏବେ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଭାରତରେ ଜାରି ରହିଛି। ପୁନାଵାଲାଙ୍କ କହିବା ଅନୁସାରେ, ବର୍ତ୍ତମାନ ତାଙ୍କ କମ୍ପାନି ବର୍ଷକୁ ୧୫୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ସକ୍ଷମ ଥିବା ବେଳେ ୨୦୨୧ ମସିହା ଶେଷ ସୁଦ୍ଧା ସେମାନେ ବର୍ଷକୁ ୨୫୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ଆଶା ରଖିଛନ୍ତି। ସେହିପରି ହାରାହାରି ୭୦ ପ୍ରତିଶତ ଫଳପ୍ରଦତା ପ୍ରମାଣିତ କରିଥିବା ଉକ୍ତ ଟିକାର ଭାରତରେ ଜରୁରୀକାଳୀନ ବ୍ୟବବହାର ପାଇଁ ଅନୁମତି ଲୋଡ଼ା ଯାଇଥିବା ସେ ସୂଚନା ଦେଇଛନ୍ତି। ପ୍ରଥମେ ଭାରତରେ ବିତରଣ ହେବାକୁ ଥିବା ଏହି ଟିକା ୨ରୁ ଡିଗ୍ରି ସେଲସିଅସ ତାପମାତ୍ରା ଭିତରେ ସଂରକ୍ଷିତ ରହିପାରୁଥିବାରୁ ଏହାକୁ ଉଭୟ ସହର ଗ୍ରାମାଞ୍ଚଳରେ ଯୋଗାଣ କରିବା ସହଜ ବୋଲି ସେ କହିଛନ୍ତି।

12/12/2020

Leave a Reply

Your email address will not be published. Required fields are marked *

Comments