Bikash Khabar
ଏଯାଏଁ ସ୍ଥାନାନ୍ତର ହେଲେଣି ୯୦ ହଜାର ଲୋକ । କଚ୍ଚା ଘରେ ଥିବା ଲୋକଙ୍କୁ କରାଯାଉଛି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର । ବାତ୍ୟା ପରବର୍ତ୍ତୀ ସ୍ଥିତି ପାଇଁ ବି ସରକାର ପ୍ରସ୍ତୁତ

 ବାତ୍ୟା ଅମ୍ଫାନ ପାଇଁ ସଜାଗ ଅଛି ଓଡିଶା ମହାବାତ୍ୟା ମୁକାବିଲା ଏସଆରସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନସିଂରେ ସମୀକ୍ଷା ବୈଠକ ତେବେ ଅମ୍ଫାନ ଆସିବା ଆଗରୁ ପ୍ରାୟ ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି କଚ୍ଚା ଘରେ ରହୁଥିବା ଲୋକଙ୍କୁ କୌଣସି ପରିସ୍ଥିତିରେ ଘରେ ରହିବାକୁ ଦିଆଯିବନି ତେଣୁ ଜିଲ୍ଲାରେ ୯୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ବାକି ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବାତ୍ୟା ଆଶ୍ରୟ ସ୍ଥଳୀରେ ଲୋକଙ୍କୁ ଖାଇବା, ପିଇବା ଦେବା ସହ ଲାଇଟ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି ତେବେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବାତ୍ୟା ପରବର୍ତ୍ତୀ ଉଦ୍ଧାରକାମ ପାଇଁ ସରକାର ପ୍ରସ୍ତୁତ ରହିଛି ଗଛ ପଡିଲେ କିମ୍ବା କେଉଁଠି ବିଦ୍ୟୁତ୍ ଖୁଣ୍ଟ ପଡିଲେ କେମିତି ଶୀଘ୍ର ଉଦ୍ଧାର କରାଯାଇପାରିବ ସେନେଇ ପ୍ରସ୍ତୁତ ସରିଛି ମୁକାବିଲା ପାଇଁ ରାଜ୍ୟ ସରକାର ଭଲ ପ୍ରସ୍ତୁତି କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି

20/05/2020

Leave a Reply

Your email address will not be published. Required fields are marked *

Comments