Bikash Khabar
ଅନ୍ଧାର ଦୂର କଲେ ସୋଲାର ଦିିଦି

ସହରଠାରୁ ଦୂର ପାହାଡ଼ି ଅଂଚଳର ପିଲାମାନେ ସଂଜ ପରେ ଆଉ ପଢିବା କଥା ଚିନ୍ତା କରିପାରୁନଥିଲେ । ସଂଜ ନଇଁବା ପରେ ସରିଯାଉଥିଲା ଖେଳ କୁଦ ଓ ସାମାଜିକ ଜୀବନ । ଶେଯକୁ ଶିଘ୍ର ଚାଲିଯାଉଥିଲେ ପାଠ ପଢିବା ବୟସର ପିଲା, ହେଲେ ଏବେ ସେ ସ୍ଥିତି ବଦଳିଛି । ଝାରଖଣ୍ଡର ୮ଟି ଜିଲ୍ଲାର ୫୩ ବ୍ଲକରେ ଜୁନ ୨୦୧୭ ଠାରୁ ଆରମ୍ଭ ହୋଇଥିବା ସୋଲାର ଷ୍ଟଡ଼ି ଲ୍ୟାମ୍ପ ଯୋଜନା ଗାଁ ଗାଁରେ ହଟାଇଛି ଅନ୍ଧାର । ଲୋକେ ଏହାର ଶ୍ରେୟ ଦେଇଛନ୍ତି ସୋଲାର ଦିଦିଙ୍କୁ । କହିଛନ୍ତି ସୋଲାର ଦିଦି ଆମ ଗାଁର ଅନ୍ଧାର ହଟାଇଛନ୍ତି ।

ସୋଲାର ଦିଦିଙ୍କ ଉଦ୍ୟମରେ ୫୦୦ଟଙ୍କାର ସୋଲାର ଲ୍ୟାମ୍ପ ଛାତ୍ରମାନଙ୍କୁ ଏବେ ୧୦୦ ଟଙ୍କାରେ ମିଳିପାରୁଛି । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଆଧାର କାର୍ଡ଼ର ଜେରକ୍ସ କପି ଦେଇ ଏଭଳି ଲାଇଟ ପାଇପାରୁଛନ୍ତି । ଝାରଖଣ୍ଡରେ ଏବେ ସାଢେ ପାଂଚ ଲକ୍ଷ ବିଦ୍ୟାର୍ଥି ସୋଲାର ଲ୍ୟାମ୍ପ ପାଇପାରିଥିବା ଜଣାଯାଇଛି ।
ପଶ୍ଚିମ ସିଂହ ଭୂମି ଜିଲ୍ଲା ସଦର ମହକୁମାଠାରୁ ୪୫ କିମି ଦୂର ହଟଧମାରିୟା ବ୍ଲକ ହାପୁଗୁଟୁ ଗାଁର ତରୁଲତା ଗୋପ ଏଭଳି ଯୋଜନାକୁ ଗାଁ ଗାଁରେ ପହଂଚାଇ ସୋଲାର ଦିଦି ନାମରେ ପରିଚିତି ପାଇଛନ୍ତି । ସମଗ୍ର ଝାରଖଣ୍ଡରେ ତରୁଲତାଙ୍କ ଭଳି ୬୦୦ ସୋଲାର ଦିଦି ଏହି ଯୋଜନାର ରୂପାୟନ ପାଇଁ ନିୟୋଜିତ ହୋଇଥିବା ଜଣାଯାଇଛି । ଗାଁ ଗାଁରେ ସୋଲାର ଲ୍ୟାମ୍ପ ମରାମତି କାମ ପାଇଁ ମଧ୍ୟ ଅନେକ ଯୁବତୀଙ୍କୁ ନିଯୁକ୍ତି ମିଳିଛି । 
 

15/11/2018

Leave a Reply

Your email address will not be published. Required fields are marked *

Comments