Bikash Khabar
ଆଜିଠୁ ଖୋଲିବ ଓଡ଼ିଶାର କିଛି ଐତିହ୍ୟ କୀର୍ତିସ୍ଥଳୀ

 ମହାମାରୀ କରୋନା ଭାଇରସ୍ ଲକ୍ଡାଉନ୍କଟକଣା ପାଇଁ ବନ୍ଦ ଥିଲା ଦର୍ଶନୀୟ ସ୍ଥାନ। ହେଲେ ବର୍ତ୍ତମାନ ସାରା ଦେଶରେ ଅନ୍ଲକ୍- କଟକଣା କାର୍ଯ୍ୟକାରୀ ହେଉଛି। ଏସବୁ ମଧ୍ୟରେ କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଜୁଲାଇ ତାରିଖ ଅର୍ଥାତ୍ଆଜିଠ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ। ସୋମବାରଠାରୁ ଓଡ଼ିଶାର ୯ଟି ଜିଲ୍ଲାରେ ଥିବା ୧୮ଟି ଐତିହ୍ୟ କୀର୍ତ୍ତିରାଜି ସ୍ଥଳକୁ ଏଏସ୍ଆଇ ଖୋଲିବାକୁ ଯୋଜନା କରିଛି। କରୋନା ଅନ୍ଲକ୍ ଦ୍ବିତୀୟ ପର୍ଯ୍ୟାୟରେ ଏଏସ୍ଆଇ ଅଧୀନରେ ଥିବା ଐତିହ୍ୟ କୀର୍ତ୍ତିରାଜି ଖୋଲିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୧୨ଟି ଜିଲ୍ଲାରେ ଥିବା ୩୧ଟି କୀର୍ତ୍ତିସ୍ଥଳ ଖୋଲିବାକୁ ଏଏସ୍ଆଇ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। କରୋନା ସ୍ଥିତିକୁ ଦେଖି ଏବେସୁଦ୍ଧା ପୁରୀ, କଟକ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କୀର୍ତ୍ତିରାଜି ସ୍ଥଳ ଖୋଲିବାକୁ ଏଏସ୍ଆଇକୁ ସ୍ପଷ୍ଟ କରି ଦେଇଥିବାବେଳେ ଗଞ୍ଜାମ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ଅନୁଗୁଳ. ବଲାଙ୍ଗୀର, ଢେଙ୍କାନାଳ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏଯାଏ କିଛି ବି ସ୍ପଷ୍ଟ କରିନାହାନ୍ତି। ସେଥିପାଇଁ ଏସବୁ ଜିଲ୍ଲାରେ ଥିବା ଐତିହ୍ୟ କୀର୍ତ୍ତିସ୍ଥଳଗୁଡ଼ିକୁ ଖୋଲିବାକୁ ଏଏସ୍ଆଇ ସବୁ ପ୍ରକାର ପ୍ରସ୍ତୁତି କରିଛି। ଗଞ୍ଜାମ ଜିଲ୍ଲା ଜଉଗଡ଼ର ପାଣ୍ଡିଆଠାରେ ଥିବା ସମ୍ରାଟ ଅଶୋକଙ୍କ ଶିଳାଲେଖ, ଯାଜପୁର ସହରରେ ଥିବା ବରାହୀ, ଚାମୁଣ୍ଡା, ଇନ୍ଦ୍ରାଣୀ, କଳିଯୁଗ ମୂର୍ତ୍ତି ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯିବ। ଏହାସହିତ ଯାଜପୁରର ବୌଦ୍ଧ ମୂର୍ତ୍ତି, ରତ୍ନଗିରି ଭାସ୍କର୍ଯ୍ୟ, ଚଣ୍ଡିଆର ଉଦୟଗିରି ପାହାଡ଼, ଲଙ୍ଗୁଡ଼ି ପାହାଡ଼ରେ ଥିବା ପୁରୁଣା ବୌଦ୍ଧ କୀର୍ତ୍ତିସ୍ଥଳ, ଶିରିଆପୁରର ମରାଠା ବ୍ରିଜ୍ ଚଣ୍ଡେଶ୍ବର ଖମ୍ବ, କେନ୍ଦୁଝର ଡାଙ୍ଗୁଆପଷୀର ସୀତାବିଞ୍ଜ୍, ମୟୂରଭଞ୍ଜର ବୈଦ୍ୟପୁର, କୁଚାଇ, କୁଳିଅଣା ହରିପୁର ପ୍ରାକ୍ଐତିହାସିକ ସ୍ଥଳ, ଝାରୁସୁଗୁଡ଼ାର ବିକ୍ରମଖୋଲ ଶିଳାଲେଖ ପର୍ଯ୍ୟଟନ ସ୍ଥଳ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ଅନୁଗୁଳ ଜିଲ୍ଲା ରାସୋଳରେ ଥିବା ପ୍ରସ୍ତର ନିର୍ମିତ ବିଷ୍ଣୁ ମୂର୍ତ୍ତି, ବଲାଙ୍ଗୀର ଝରିଆଲର ଚଉଷଠି ଯୋଗିନୀ ମନ୍ଦିର, ଢେଙ୍କାନାଳ ଜିଲ୍ଲା ସରାଙ୍ଗର ଅନନ୍ତ ଶୟନ ବିଷ୍ଣୁ କଳାହାଣ୍ଡି ଜିଲ୍ଲା ଅସୁରଗଡ଼ର ଐତିହ୍ୟ ଦୁର୍ଗ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯିବ ବୋଲି ସୂଚନା ମିଳିଛି

06/07/2020

Leave a Reply

Your email address will not be published. Required fields are marked *

Comments