Bikash Khabar
ଦୁଇ ଝିଅଙ୍କ ଭାଗ୍ୟ ବଦଳାଇଦେଲେ ସୋନୁ ସୁଦ,କାନ୍ଧରେ ଟାଣୁଥିଲେ ଲଙ୍ଗଳ -ଯୋଗାଇଦେଲେ ଟ୍ରାକ୍ଟର

ରିଲ୍ ଲାଇଫରେ ଭିଲିଆନ୍ । ହେଲେ ରିୟଲ୍ ଲାଇଫ୍ରେ ରିୟଲ ହିରୋ ପାଲଟି ଯାଇଛନ୍ତି ସୋନୁ ସୁଦ୍ ଏହି ବଲିଉଡ୍ ଅଭିନେତାଙ୍କ ପାଇଁ ଏବେ ସାରା ଦେଶରୁ ଛୁଟିଛି ପ୍ରସଂସାର ସୁଅ ଆନ୍ଧ୍ରପ୍ରଦେଶ ଚିତୋର୍ ଜିଲ୍ଲାର ନାଗେଶ୍ୱର ରାଓଙ୍କ ଚାଷ ଜମିର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଟମାଟୋ ଚାଷ କରୁଥିବା ନାଗେଶ୍ୱରଙ୍କ ପାଖରେ ଜମିରେ ଚାଷ କରିବାକୁ ବଳଦ କିମ୍ବା ଅନ୍ୟ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନଥିଲା। ଦୁଇ ଝିଅ ଭେନ୍ନେଲା ଚନ୍ଦନା କାନ୍ଧରେ ଲଙ୍ଗଳ ଧରି ଜମିରେ ଚାଷ କରିବା ଆରମ୍ଭ କରିଥିଲେ। ଏହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲେ। ଏହି ଫଟୋ ସୋସିଆଲ୍ ମିଡିଆରେ ଦେଖିବା ପରେ ସହାୟତାର ହାତ ବଢ଼ାଇଥିଲେ ସୋନୁ। ସକାଳେ ଟ୍ୱିଟ୍ କରିଥିଲେ କି, ସଂଧ୍ୟାରେ ନାଗେଶ୍ୱରଙ୍କୁ ମିଳିବ ଟ୍ରାକ୍ଟର ଆଉ ସତକୁ ସତ ସେୟା ହିଁ ହେଲା ସଂଧ୍ୟାରେ ନାଗେଶ୍ୱରଙ୍କ ପାଖରେ ପହଞ୍ଚିଥିଲା ଏକ ନୂଆ ଟ୍ରାକ୍ଟର। ରବିବାର ସନ୍ଧ୍ୟାରେ ଗାୟତ୍ରୀ ଏଜେନ୍ସିର ଏମ୍ଡି ତାଙ୍କ ଘରେ ନେଇ ଟ୍ରାକ୍ଟର ଦେଇ ଆସିଛନ୍ତି ଅଭିନେତା ସୋନୁ ସୁଦ୍ଙ୍କ ଏହି ସହାୟତା କଥା ଜାଣିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବା ନାଇଡୁ ମଧ୍ୟ ସହାୟତାର ହାତ ବଢାଇଛନ୍ତି। ଏବେ ଚନ୍ଦ୍ରବାବୁ ନାଇଡୁ ସେମାନଙ୍କର ପାଠପଢ଼ା ଦାୟିତ୍ୱ ବହନ କରିବାକୁ ଘୋଷଣା କରିଛନ୍ତି । ନାଇଡୁ ଟ୍ୱିଟ କରି କହିଛନ୍ତି, "ମୁଁ ସୋନୁ ସୁଦ୍ଜୀଙ୍କ ସହ କଥା ହୋଇଛି। ସେ ଚିତ୍ତୋରରେ ରହୁଥିବା ନାଗେଶ୍ୱର ରାଓଙ୍କ ଘରକୁ ନୂଆ ଟ୍ରାକ୍ଟର ପଠାଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଇଛି। ଏବେ ମୁଁ ପରିବାରର ଦୁଇ ଝିଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ଘୋଷଣା କରୁଛି। ଏହାଦ୍ୱାରା ସେମାନେ ଦେଖିଥିବା ସ୍ୱପ୍ନ ପୂରଣ ହୋଇପାରିବ।" ସୂଚନାଥାଉ କି, ନାଗେଶ୍ୱର ରାଓ ମଦନପାଲ୍ଲେ ମଣ୍ଡଳରେ ଚା' ଦୋକାନ କରି ପରିବାର ପୋଷଣ କରୁଥିଲେ। ହେଲେ ଲକଡାଉନ ଯୋଗୁ ଏହା ବନ୍ଦ ହୋଇଯାଇଥିଲା। ଫଳରେ ପରିବାର ସଦସ୍ୟମାନେ ରାଜୁଭାରିପାଲ୍ଲେ ଗାଁକୁ ଫେରି ଚାଷ କାମ ଆରମ୍ଭ କରିଥିଲେ। ଟ୍ରାକ୍ଟର ଭଡ଼ାରେ ଆଣି ପରିବାର ଚଳାଇବା କଷ୍ଟକର ହେବାରୁ ଦୁଇ ଭଉଣୀ କାନ୍ଧରେ ଲଙ୍ଗଳ ଧରି ଜମିରେ ଚାଷ କରିବା ଆରମ୍ଭ କରିଥିଲେ। ଲକ୍ ଡାଉନ୍ ପରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକ, ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରେ ପହଞ୍ଚାଇବାକୁ ସୋନୁ ସୁଦ୍ ସହାୟତାର ହାତ ବଢାଉଥିଲେ। ଏବେ ଏହି ଦୁଇ ଭଉଣୀଙ୍କୁ ସାହାଯ୍ୟ କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

 

27/07/2020

Leave a Reply

Your email address will not be published. Required fields are marked *

Comments