Bikash Khabar
ଡାକ୍ତରୀ ହେବାର ସ୍ୱପ୍ନକୁ ପୁରା କରିବେ ସୋନୁ ସୁଦ

ରୂପେଲି ପରଦାରେ ନୁହଁ ,ବରଂ ରିୟଲ ଲାଇଫ ହିରୋ ଭାବେ ସାମ୍ନା କୁ ଆସିଛନ୍ତି ବଲିଉଡ ଅଭିନେତା ସୋନୁସୂଦ ବଲିଉଡର ଏହି ଲୋକପ୍ରିୟ ଅଭିନେତା  କରୋନା ମହାସଙ୍କଟ ସମୟରେ  ଅନେକ ଗରିବଙ୍କ ପାଇଁ ସାଜିଛନ୍ତି ଜୀବନ୍ତ  ଦେବତା ନିଜ କାମରେ ଅନେକ ଥର ଲୋକଙ୍କ ମନ ଜିତିଥିବା ବେଳେ ପୁଣି ଥରେ ସେ ନିଜର ମହାନତା ପ୍ରତିପାଦନ କରିଛନ୍ତି ପୂର୍ବରୁ ଅନେକଙ୍କୁ ଲୋକଙ୍କୁ ଖାଦ୍ୟ,ବାସଗୃହ, ତଥା ରୋଜଗାର ପିଲାଙ୍କୁ ପଢ଼ିବା ପାଇଁ ସାହାଯ୍ୟ କରିଥିବା ସୋନୁ ଏବେ ଛାତ୍ରବୃତ୍ତି ଦେବାକୁ ଘୋଷଣା କରିଛନ୍ତି । ଆଇଏସଏମ.ଓରାଜି ନାମରେ ଲକ୍ଷ ଟଙ୍କାର ଏକ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଡାକ୍ତରୀ ପଢ଼ିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀ ଏହାର ସୁବିଧା ଉଠାଇପାରିବେ ବୋଲି ସୂଚନା ମିଳିଛି। ନେଇ ସୋନୁ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ଜଣାଇଛନ୍ତି । ଟୁଇଟ କରି ସୋନୁ ଲେଖିଛନ୍ତି ଯେ, ମୁଁ ଚାହେଁ ପ୍ରତ୍ୟେକ ଛାତ୍ରଛାତ୍ରୀ, ଯିଏ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନେ ଡାକ୍ତର ହୁଅନ୍ତୁ। ମୁଁ ଏଠାରେ http://SONUISM.ORG ଶୁଭାରମ୍ଭ କରୁଛି। ଆଇଏସଏମ ଏଡୁଟେକ୍ ସହିତ ମିଶି ମୁଁ ମୋର ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହା ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଡାକ୍ତର ହେବାର ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିବ ।

01/12/2020

Leave a Reply

Your email address will not be published. Required fields are marked *

Comments