Bikash Khabar
ସିବିଆଇ ତଦନ୍ତ ପାଇଁ ଆବଶ୍ୟକ ରାଜ୍ୟର ଅନୁମତି -ସୁପ୍ରିମକୋର୍ଟ

ସିବିଆଇ ତଦନ୍ତ କୁ ଗୋଟିଏ ପରେ ଗୋଟିଏ ରାଜ୍ୟ ନାଁ କହୁଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ଆଗକୁ ରାଜ୍ୟ ସରକାରଙ୍କ  ବିନା ଅନୁମତିରେ ସିବିଆଇ ତଦନ୍ତ ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି  ଅଣ ବିଜେପି ଶାସିତ ରାଜ୍ୟ ଝାଡଖଣ୍ଡ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ, ମିଜୋରମ ପଞ୍ଜାବ ସିବିଆଇ ତଦନ୍ତ କୁ ଅସ୍ବୀକାର କରିଦେଇଥିବା ବେଳେ ଏଭଳି ଏକ ନିଷ୍ପତ୍ତି ଅଣ ବିଜେପି ରାଜ୍ୟ ସରକାରଙ୍କ ପାଇଁ ଆସ୍ୱସ୍ଥିର କାରଣ ହୋଇଛି ବିଚାରପତି .ଏମ.ଖାନୱିଲକର ଏବଂ ବି.ଆର, ଗଭାଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ସମ୍ବିଧାନର ବ୍ୟବସ୍ଥା କିପରି ସୁଚାରୁରୂପେ ପରିଚାଳିତ ହୋଇପାରିବ ସେ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ସୁଶାନ୍ତ ସିଂ ରାଜପୁତ ମାମଲାରେ  ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତକୁ ବିରୋଧ କରିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ପରେ ବିହାର ସରକାର ଏହାକୁ ଅନୁମତି ଦେଇଥିଲେ

19/11/2020

Leave a Reply

Your email address will not be published. Required fields are marked *

Comments