Bikash Khabar
ସୀମାବର୍ତ୍ତୀ ଜିଲ୍ଲାରେ ଶ୍ରମିକଙ୍କୁ ଅଟକାଅ, ବାତ୍ୟା ପ୍ରଭାବିତ ଜିଲ୍ଲାକୁ ଯିବାକୁ ଦିଅନି-ଏସ ଆର ସି ଙ୍କ ପରାମର୍ଶ

 ପଡ଼ୋଶୀ ରାଜ୍ୟରୁ ବସ୍ରେ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ବାତ୍ୟା ପ୍ରଭାବିତ ଜିଲ୍ଲାକୁ ଯିବାକୁ ଦିଆଯିବ ନାହିଁ। ସେମାନଙ୍କୁ ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାରେ ରଖାଯିବାର ବନ୍ଦୋବସ୍ତ କରାଯିବ। ବାତ୍ୟା ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ଏହି ଅସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରାଯିବ। ଆଜି ଏସ୍ଆର୍ସି ପି କେ ଜେନା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି। ଏସ୍ଆର୍ସି ଦର୍ଶାଇଛନ୍ତି, ବଙ୍ଗୋପସାଗରରେ ସୃଷ୍ଟ ଅମ୍ଫାନଯୋଗୁ ଉପକୂଳବର୍ତ୍ତୀ ତାହା ସଂଲଗ୍ନ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷ କରି ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ମୟୂରଭଞ୍ଜ ଅଧିକ ପ୍ରଭାବିତ ହୋଇପାରେ। ଏହି ଜିଲ୍ଲାଗୁଡ଼ିକୁ ବାହାର ରାଜ୍ୟରୁ ବସ୍ଯୋଗେ ଆସୁଥିବା ପ୍ରବାସୀ ଶ୍ରମିକମାନେ ଯିବା ନିରାପଦ ନୁହେଁ। ଯଦି ସେମାନଙ୍କ ଗାଡ଼ିକୁ ସୀମାରେ ଚେକ୍ ପୋଷ୍ଟରେ ଅଟକାଇ ଦିଆଯାଏ, ତେବେ ସେଠାରେ ବହୁତ ଭିଡ଼ ହେବାର ଆଶଙ୍କା ରହିବ। ତେଣୁ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବାକୁ ପଡ଼ିବ। ଚେକ୍ ପୋଷ୍ଟ ଥିବା ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ଗୁଡ଼ିକୁ ରାଜ୍ୟ ଭିତରକୁ ଆସିବା ପାଇଁ ଅନୁମତି ଦେବେ। କିନ୍ତୁ ବାତ୍ୟାପ୍ରଭାବିତ ଜିଲ୍ଲାକୁ ପଠାଇ ସେମାନଙ୍କୁ ନିଜ ଜିଲ୍ଲାରେ ଥିବା ସାମୟିକ ସ୍ବାସ୍ଥ୍ୟ କେନ୍ଦ୍ର/ଆଶ୍ରୟସ୍ଥଳୀରେ ରଖିବା ସହ ଖାଇବା ପିଇବାର ବନ୍ଦୋବସ୍ତ କରିବେ। ଯଦି ପ୍ରବାସୀଙ୍କ ସଂଖ୍ୟା ଅଧିକ ହୁଏ ନିଜ ଜିଲ୍ଲାରେ ସେମାନଙ୍କୁ ରଖିବା ସମ୍ଭବ ହୁଏ, ତେବେ ନିକଟସ୍ଥ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଯୋଗ କରି ସେଠାରେ ରଖିବାର ବ୍ୟବସ୍ଥା କରିବେ। ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ସୂଚନା ପାଇଲା ମାତ୍ରେ ନିକଟସ୍ଥ ଜିଲ୍ଲାର ଜିଲ୍ଲାପାଳମାନେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

20/05/2020

Leave a Reply

Your email address will not be published. Required fields are marked *

Comments