Bikash Khabar
ଦୁର୍ଗମ ଗାଁରୁ ରୋଗୀ ବୁହା ଚିନ୍ତା, ୧୧୨ ଗ୍ରାମକୁ ଦିଆଗଲା ଷ୍ଟ୍ରେଚର

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଦୁର୍ଗମ ଗାଁ ଗୁଡ଼ିକରୁ ରୋଗୀମାନଙ୍କୁ ମେଡ଼ିକାଲରେ ପହଂଚାଇବା ପାଇଁ ସାଙ୍ଗିଭାର ଓ ଦୋଳା ବ୍ୟବହାର କରାଯାଉଥିଲା । ପାହାଡ଼ ଉପରେ ଗାଁ ଥିବାରୁ ଏବଂ ସଡ଼କ ନିର୍ମାଣ ସମ୍ଭବପର ହେଉନଥିବାରୁ ସାଙ୍ଗିଭାର ଓ ଦୋଳା ପରିବର୍ତ୍ତେ ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ଆଣିବା ପାଇଁ ସରକାର ସମୂର୍ଣ୍ଣା ଯୋଜନାରେ ଷ୍ଟ୍ରେଚର ଯୋଗାଇ ଦେଇଛନ୍ତି ।
ତୁମ୍ବା, ବୁରାତାଲ, ଆଙ୍କୁଲି ପଂଚାୟତ ସମେତ ବ୍ଲକର ଦୁର୍ଗମ ପଂଚାୟତ ଗୁଡ଼ିକର ୧୧୨ଟି ଗ୍ରାମକୁ ଚିହ୍ନଟ କରାଯାଇ ଷ୍ଟ୍ରେଚର ଯୋଗାଇ ଦିଆଯାଇଛି । ପାହାଡ଼ ଉପରୁ ୧୦ରୁ ୨୫ କିମି ରୋଗୀଙ୍କୁ ଭାରରେ ବୋହି ଆଣିବା ଅପେକ୍ଷା ଷ୍ଟ୍ରେଚରରେ ବୋହିବା ସୁବିଧା ଜନକ ହେବ ବୋଲି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି । ଆମକୁ ଷ୍ଟ୍ରେଚର ନୁହେଁ ରାସ୍ତା ଦିଆଯାଉ ବୋଲି ଗ୍ରାମବାସୀମାନେ ଦାବୀ କରିଥିବା ଜଣାଯାଇଛି । ତେବେ ଦୋଳା ଓ ସାଙ୍ଗିଭାରରେ ରୋଗୀକୁ ବୋହି ଆଣିବା କଷ୍ଟରୁ ଷ୍ଟ୍ରେଚର କେତେକାଂଶରେ ସହାୟକ ହୋଇପାରିବ ବୋଲି ଷ୍ଟ୍ରେଚର ବଣ୍ଟନ ଉତ୍ସବରେ ଥିବା ଅତିଥିମାନେ କହିଛନ୍ତି । 
 

25/10/2018

Leave a Reply

Your email address will not be published. Required fields are marked *

Comments