Bikash Khabar
ଭିନ୍ନକ୍ଷମଙ୍କୁ ମାଗଣା ପ୍ରବେଶ, ବିଦ୍ୟାର୍ଥିଙ୍କୁ ଅଧା ରିହାତି

କଟକଠାରେ ଥିବା ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟରେ ଭିନ୍ନକ୍ଷମମାନଙ୍କୁ ମାଗଣା ପ୍ରବେଶାଧିକାର ମିଳିବ । ବିଦ୍ୟାର୍ଥିମାନେ ୫୦ ପ୍ରତିଶତ ରିହାତିରେ ପ୍ରବେଶ ଟିକେଟ ନେଇ ବୁଲି ଦେଖିପାରିବେ ।

ସୂଚନା ଯୋଗ୍ୟ ଯେ, ନୌବାଣିଜ୍ୟ ପରମ୍ପରାର ଗୌରବମୟ ସ୍ମୃତି ବହନ କରୁଥିବା ଏହି ସଂଗ୍ରହାଳୟରେ ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏପ୍ରିଲ ୧, ୨୦୧୩ ଠାରୁ ଲୋକାର୍ପିତ ଏହି ସଂଗ୍ରହାଳୟ ୬.୫ ଏକର ଯାଗାରେ ପ୍ରାକୃତିକ ପରିବେଶ ମଧ୍ୟରେ ଗଢି ଉଠିଛି । ଏହାର ସମ୍ମୁଖରେ ମହାନଦୀ ଦର୍ଶକମାନଙ୍କୁ ଆକର୍ଷିତ କରିଥାଏ । ସଂଗ୍ରହାଳୟରେ ୧୧ଟି ପୃଥକ ପୃଥକ ଗ୍ୟାଲେରୀ ରହିଛି । ଶ୍ରୀଲଙ୍କା, ମିୟାଁମାର, ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡ ସହ ଉକ୍ରଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରୁଥିବା ଅନେକ ସାମଗ୍ରୀ ଏଥିରେ ପ୍ରଦର୍ଶିତ ହେଉଛି ।
ଉକ୍ରଳୀୟ ଗୌରବର ମୂଳ ସାକ୍ଷୀ ଏହି ସଂଗ୍ରହାଳୟ ସଂପର୍କରେ ବିଦ୍ୟାର୍ଥିମାନଙ୍କ ପରିଚିତି ଓ ବ୍ୟାପକ ପ୍ରସାର ଆଭିମୁଖ୍ୟ ନେଇ ଛାତ୍ରଛାତ୍ରୀଙ୍କ ପାଇଁ ଏହାର ପ୍ରବେଶ ଟିକେଟରେ ଅଧା ଦାମ ହ୍ରାସ କରାଯାଇଥିବା ଓ ଦିବ୍ୟାଙ୍ଗମାନଙ୍କୁ ନିଃଶୁଳ୍କ ପ୍ରବେଶ ଅନୁମତିକୁ କଟକବାସୀ ସ୍ୱାଗତ କରିଛନ୍ତି । 
 

09/11/2018

Leave a Reply

Your email address will not be published. Required fields are marked *

Comments