Bikash Khabar
ଜାତୀୟ ଧାନ ଗବେଷଣା କେନ୍ଦ୍ର କଟକର ସଫଳତା, ଏହାର ଧାନ ବିହନ ବ୍ୟବହାର କରି ପଶ୍ଚିମବଙ୍ଗ ପ୍ରଥମ, ଓଡ଼ିଶା ଦ୍ୱିତୀୟ

ବିଦ୍ୟାଧରପୁର ଠାରେ ଥିବା ଜାତୀୟ ଧାନ ଗବେଷଣା କେନ୍ଦ୍ର ନୂଆ ନୂଆ ପ୍ରଜାତିର ବିହନ ଉଭାବନ କରି ଚାଷୀମାନଙ୍କ ସଫଳତାର କାହାଣୀକୁ ସମୃଦ୍ଧ କରାଇଛି । ବିଭିନ୍ନ ରାଜ୍ୟର ଚାଷୀମାନେ ଗତ ଆର୍ଥିକ ବର୍ଷରେ ନୂତନ କିସମ ଧାନ ଚାଷ କରି ୫୮ ହଜାର କୋଟି ଟଙ୍କା ଆୟ କରିଥିବାବେଳେ ଏହାର ଉଭାବିତ ଧାନ ବିହନ ବ୍ୟବହାର କରି ପଶ୍ଚିମବଙ୍ଗ ପ୍ରଥମ ସ୍ଥାନରେ ଓ ଓଡ଼ିଶା ଦ୍ୱିତୀୟ ସ୍ଥାନ ହାସଲ କରିଛି ।
ଦେଶରେ ବର୍ତ୍ତମାନ ୨୫୦ କିସମର ଧାନ ବିହନ ବ୍ୟବହାର କରାଯାଉଛି । ଏଥିରେ ଜାତୀୟ ଧାନ ଗବେଷଣା କେନ୍ଦ୍ରର ୫୦ ପ୍ରଜାତିର ବିହନ ସାମିଲ ହୋଇଛି । ୫୦ ପ୍ରଜାତିର ଧାନ ବିହନକୁ ୮.୫ ନିୟୁତ ହେକ୍ଟର (୧୮ ପ୍ରତିଶତ) ଚାଷ ଜମିରେ ଚାଷ କରାଯାଉଛି । ଜାତୀୟ ଧାନ ଗବେଷଣା କେନ୍ଦ୍ରର ବିହନ ବ୍ୟବହାର କରି ପଶ୍ଚିମବଙ୍ଗ ଦେଶରେ ସର୍ବାଧିକ ୧୬ ହଜାର ୫୦୦ କୋଟି ଟଙ୍କା ଉପାର୍ଜନ କରିଛି । ପୂଜା, ସ୍ୱର୍ଣ୍ଣ ସବ୍ ୱାନ, ସିଆର ୫୦୦, ନବୀନ, ସିଆର ୨୦୧ ଆଦି କିସମ ଚାଷୀମାନଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହାର ହେଉଛି । ଅନୁଷ୍ଠାନର ନିର୍ଦ୍ଦେଶକ ଡ଼.ହିଂମାଶୁ ପାଠକଙ୍କ ନେତୃତ୍ୱରେ କରାଯାଇଥିବା ଏକ ସର୍ଭେରୁ ଏହା ଜଣାଯାଇଛି । 
 

15/09/2018

Leave a Reply

Your email address will not be published. Required fields are marked *

Comments